ଏମାର ମଠ : ଗୁପ୍ତ କୋଠରୀ ନଭାଙ୍ଗିବାକୁ ଜିଦରେ ଅଟଳ ମହନ୍ତ

ପୁରୀ:ରାଜ୍ୟର ସବୁଠାରୁ ପୁରୁଣା ଏମାର ମଠର ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି । ଏହି ମଠ ପ୍ରାୟ ୬୦୦ ବର୍ଷ ପୁରୁଣା । ଏହାର ଜଗନ୍ନାଥ ସଂସ୍କୃତି ସହ ଅନେକ ସମ୍ପର୍କ ରହିଛି । ପ୍ରଥମେ ମଠ ପରିସରରେ ଥିବା ଗୁହାଳ ଭଙ୍ଗାଯିବା ପରେ ଗତକାଲି ମୁଖ୍ୟ ମଠ ଦ୍ୱାର ଭଙ୍ଗା ଆରମ୍ଭ ହୋଇଥିଲା । ତେବେ ମଠ ଭିତରୁ ବହୁ ରହସ୍ୟମୟ ଗୁପ୍ତ କୋଠୀର ସନ୍ଧାନ ମିଳିଛି । ମଠ ଭଙ୍ଗାକୁ ନେଇ ମହନ୍ତ ଅସନ୍ତୁଷ୍ଟ ଥିବା ଜଣାପଡ଼ିଛି । ମହନ୍ତ ରାଜଗୋପାଳ ରାମାନୁଜ ଦାସ ମୌନ ବ୍ରତରେ ଥିବା ଖବରକୁ ସେ ଖଣ୍ଡନ କରିଛନ୍ତି । ଏକ ଗଣମାଧ୍ୟମକୁ ସେ ଏ ନେଇ ସୂଚନା ଦେଇଛନ୍ତି । ତେବେ କଣ୍ଟେନର ହାଉସ ଭିତରେ ରହିବାକୁ ମହନ୍ତ ଅନିଚ୍ଛା ପ୍ରକାଶ କରୁଥିବା ଜଣାପଡ଼ିଛି ।

ମଠର ମହନ୍ତ କଣ୍ଟେନର ହାଉସରେ ରହିବାକୁ ନେଇ ଜିଲ୍ଲା ପ୍ରଶାସନ ସହିତ ଆଲୋଚନା ହୋଇଥିଲା । କିନ୍ତୁ ଆଜି ମହନ୍ତ କଣ୍ଟେନର ହାଉସ୍‌ ଭିତରକୁ ଯାଉ ନ ଥିବା ଜଣାପଡ଼ିଛି । ମହନ୍ତ ମଠ ଛାଡ଼ୁ ନାହାଁନ୍ତି । ଅନ୍ୟପକ୍ଷରେ ଏମାର ମଠର ରଘୁନନ୍ଦନ ଲାଇବ୍ରେରୀକୁ ଭଙ୍ଗା ଯିବାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ମହନ୍ତ ରାଜଗୋପାଳ ରାମାନୁଜ ଦାସ । ଜିଲ୍ଲା ପ୍ରଶାସନ ନିଜ ଇଚ୍ଛାରେ ଘର ଭାଙ୍ଗୁଥିବା ନେଇ ସେ ପ୍ରତିକ୍ରିୟା ଦେଇଛନ୍ତି । ତେବେ ମହନ୍ତମାନେ ମଉନ ବ୍ରତ କରି ନଥିବା ଜଣାପଡ଼ିଛି । ତେବେ ମହନ୍ତମାନେ କଣ୍ଟେନର୍‌ ଭିତରେ ରହିବାକୁ ଗତକାଲି ପ୍ରଶାସନ ସହ ସହମତି ପ୍ରକାଶ କରିଥିଲେ ବୋଲି ଜିଲ୍ଲାପାଳ ବଳୱନ୍ତ ସିଂହ ।

ସେହିପରି ଏମାର ମଠ ପରେ ବଡ଼ ଆଖଡ଼ା ମଠ ଭଙ୍ଗା ଯିବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି । ମଠ ଖାଲି କରିବାକୁ ପ୍ରଶାସନ ଘୋଷଣା କରିଛି । ଆସନ୍ତାକାଲି ଅପରାହ୍ଣ ୪ଟା ସୁଦ୍ଧା ମଠ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଉଚ୍ଛେଦ ପ୍ରକ୍ରିୟାରେ ପ୍ରାୟ ୩୦ ପ୍ଲାଟୁନ ପୋଲିସ ଫୋର୍ସ ମୂତୟନ ରହିଛନ୍ତି । ଏହାସହ ୧୦ଜଣ ମାଜିଷ୍ଟ୍ରେଟ୍ ମଧ୍ୟ ରହିଛନ୍ତି । ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ସହ ସିଂହଦ୍ୱାରରୁ କାକୁଡିଖାଇ ପର୍ଯ୍ୟନ୍ତ ରାସ୍ତା ସିଲ କରାଯାଇଛି ।