ପର ସ୍ତ୍ରୀ ସହ ଅନୈତିକ ସଂପର୍କ ରଖି ଗୁଳି ଖାଇଲେ ଯୁବକ

ନୂଆଦିଲ୍ଲୀ : ଜଣେ ବିବାହିତାଙ୍କ ସହ ଶାରୀରିକ ସଂପର୍କ ଯୁବକଙ୍କ ଲାଗି ଘାତକ ହୋଇଛି । ସ୍ୱାମୀ ଘରେ ନଥିବାବେଳେ ପର ସ୍ତ୍ରୀ ସହ ସଂପର୍କ ରଖି ଧରା ପଡିବାବାରୁ ଯୁବକଙ୍କ ଜୀବନ ଯାଇଛି । ୨୮ ବର୍ଷର ଯୁବକ ଜଣେ ପଡୋଶୀ ମହିଳାଙ୍କ ପ୍ରେମରେ ପଡିଥିଲେ । ତାଙ୍କ ସହ ଶାରୀରିକ ସଂପର୍କ ରଖିଥିଲେ । ଏକଥା ସଂପୃକ୍ତ ମହିଳାଙ୍କ ସ୍ୱାମୀ ଜାଣଇବାପରେ ଶେଷରେ ଗୁଳିମାଡରେ ତାଙ୍କ ପ୍ରାଣା ଯାଇଛି । ମହିଳାଙ୍କ ସ୍ୱାମୀ ଗୁଳି ମାରିଥିବା ପୋଲିସ ପ୍ରାଥମିକ ତଦନ୍ତରୁ କହିଛି ।

ନିହାଲ ବିହାର ଅଞ୍ଚଳରେ ଗତ ବୁଧବାର ରାତିରେ ଜଣେ ଯୁବକଙ୍କୁ ଗୁଳି ମାରି ହତ୍ୟା କରାଯାଇଛି। ସେହି ରକ୍ତାକ୍ତ ଯୁବକଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ।
ନିହାଲ ବିହାର ଥାନାର ପୁଲିସ ହତ୍ୟା ସନ୍ଦେହ କରାଯାଇଛି ଏକ ମାମଲା ରୁଜ୍ଜୁ କରାଯାଇଛି। ବରିଷ୍ଠ ପୁଲିସ ଅଧିକାରୀଙ୍କ ଅନୁଯାୟୀ ମୃତ ଯୁବକଙ୍କ ବୟସ ୨୮ ବର୍ଷ ଓ ତାଙ୍କର ନାଆଁ ବିକାଶ ଯାଦବ। ସେ ଏକ ଜୋତା କାରଖାନାରେ କାମ କରୁଥିଲେ। ବୁଧବାର ବିଳମ୍ବିତ ରାତିରେ ଲକ୍ଷ୍ମୀ ପାର୍କର ଗଳିରେ ତା’ଉପରକୁ ଗୁଳି ମରାଯାଇଥିଲା। ଗୁରୁବାର ଭୋର ୩ଟା ବେଳେ ହସ୍ପିଟାଲରୁ ଫୋନ୍‌ କଲ୍‌ ଆସିଥିଲା।

ଏହି ହତ୍ୟାକାଣ୍ଡ ସଂପର୍କରେ କେତେକ ସାକ୍ଷୀଙ୍କର ବୟାନ୍‌ ଦରଜ କରିଛି ପୁଲିସ। ଏହି ହତ୍ୟାକାଣ୍ଡ ପଛରେ ପ୍ରେମ ସଂପର୍କ ଥିବା କୁହାଯାଉଛି। ବିକାଶ ଯାଦବଙ୍କର ହତ୍ୟାକାରୀର ପତ୍ନୀ ସହିତ ଅନୈତିକ ସଂପକ ଥିଲା ବୋଲି ସନ୍ଦେହ କରାଯାଉଛି। ପୁଲିସ ଘଟଣାର ତଦନ୍ତ ଚଳାଇଛି।