ବେଶ୍ କିଛି ବର୍ଷ ହେବ ବଲିଉଡ୍ ଇଣ୍ଡିଷ୍ଟ୍ରିରେ ନିଜ ଦମ୍ଦାର୍ ଅଭିନୟର ପରାକାଷ୍ଠା ଦେଖାଇବା ପରେ ଦକ୍ଷିଣକୁ ଲେଉଟାଣି କରିଛନ୍ତି ‘ବର୍ଫି’ ଗାର୍ଲ ଇଲିଆନା ଡିକ୍ରୁଜ୍ । ୨୦୧୨ରେ ତାଙ୍କର ଶେଷ ସାଉଥ୍ ଫିଲ୍ମ ରିଲିଜ୍ ହୋଇଥିଲା । ବେଶ୍ କିଛି ବର୍ଷର ବ୍ୟବଧାନ ପରେ ‘ଅମର୍-ଆକବର୍- ଆନ୍ଥୋନି’ ଫିଲ୍ମ ଜରିଆରେ ସେ ତେଲୁଗୁ ଫିଲ୍ମରେ ଦେଖାଦେବେ । ତେଲୁଗୁ ସୁପର୍ଷ୍ଟାର୍ ରବି ତେଜାଙ୍କ ବିପକ୍ଷର ନାୟିକା ସାଜିବେ ସେ ଏହି ଫିଲ୍ମରେ । ଫିଲ୍ମ ପାଇଁ ପ୍ରଥମ ଚୟନ ଥିଲେ ଅନୁ ଏମାନୁଏଲ୍ । କିନ୍ତୁ କୌଣସି ଅସୁବିଧା ଥିବାରୁ ସେ ଏହି ଅଫର୍ ହାତଛଡ଼ା କରିଥିଲେ, ଯାହା ଇଲିଆନାଙ୍କ ପାଖକୁ ଏବେ ଚାଲିଯାଇଛି । ‘ଅମର୍ -ଆକବ୍ର୍- ଆନ୍ଥୋନି’ ଫିଲ୍ମନିର୍ମାତା ଇଲିଆନାଙ୍କ ଲେଉଟାଣିକୁ ନେଇ ଖୁବ୍ ଉତ୍ସାହିତ ଅଛନ୍ତି । ସୋସିଆଲ୍ ମିଡିଆ ଜରିଆରେ ତାଙ୍କୁ ବେଶ୍ ସୁନ୍ଦର ଶୈଳୀରେ ସ୍ୱାଗତ ଜଣାଇଛନ୍ତି । ଫିଲ୍ମଟି ଆମେରିକାରେ ଶୁଟିଂ କରାଯିବ, ଯାହା ଚଳିତ ଅକ୍ଟୋବରରେ ରିଲିଜ୍ ହେବ ।