ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀଙ୍କ ସୁବିଧା ପାଇଁ ୫-ଟି ଅଧିନରେ ଅନ୍ଲାଇନରେ ମିଳିବ ୧୧ ପ୍ରକାର ସେବା : ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର :୫ଟି ଅଧୀନରେ ପ୍ରସ୍ତୁତ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର ୧୧ ଟି ଅନଲାଇନ ସେବା କୁ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିଛନ୍ତି।
ରାଜ୍ୟର ଲୋକମାନଙ୍କୁ ବିଭିନ୍ନ ସରକାରୀ ସୁବିଧା ଓ ସୁଯୋଗକୁ ସୁଚାରୁ ରୂପେ ଯୋଗାଇ ଦେବା ପାଇଁ ସରକାର ୫ଟି ଅଧୀନରେ ବିଭିନ୍ନ ସରକାରୀ ସେବାକୁ ଅନଲାଇନ କରିବାର ବ୍ୟବସ୍ଥା କରୁଛନ୍ତି। ଏହି କ୍ରମରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ପୂର୍ବରୁ ୧୨ଟି ଗୁରୁତ୍ୱପୂର୍ଣ ସେବାକୁ ଅନଲାଇନ କରି ସାରିଥିବା ବେଳେ ଆଜି ଆଉ ୧୧ ଟି ଅନଲାଇନ ସେବା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କର କମଳ ରେ ଲୋକାର୍ପିତ ହେଇଛି । ଏହା ଦ୍ଵାରା ସବୁ ଉଦ୍ୟୋଗୀ ଭାଇ ଓ ଭଉଣୀ ମାନେ ସରକାରୀ ଦପ୍ତରକୁ ନ ଆସି ନିଜ ସୁବିଧା ଅନୁସାରେ ଅନଲାଇନରେ ବିଭିନ୍ନ ସରକାରୀ ସେବା ଓ ସୁଯୋଗ ଗୁଡିକର ଲାଭ ପାଇ ପାରିବେ। ଆଜି ଲୋକାର୍ପିତ ଅନଲାଇନ ସେବାଗୁଡିକର ତାଲିକା ପରିଶିଷ୍ଟ “କ” ରେ ଦିଆଯାଇଛି। ଏହି ସେବା ଗୁଡିକ odishamsme.nic.in ରେ ଉପଲବ୍ଧ ହେବ।
ପରିଶିଷ୍ଟ “କ”
୧। ରପ୍ତାନି ପ୍ରୋତ୍ସାହନ ଓ ବିପଣନ ପାଇଁ ଅଣୁ, କ୍ଷୁଦ୍ର ଉଦ୍ୟୋଗର ପଞ୍ଜୀକରଣ ପ୍ରମାଣପତ୍ର
ସରକାରଙ୍କର ଆଇପିଆର-୨୦୧୫ ଓ ଓପିପିପି-୨୦୧୫ ନୀତି ଅନୁଯାୟୀ ସରକାର ଓ ଏହାର ବିଭିନ୍ନ ସଂସ୍ଥା ନିଜର ଆବଶ୍ୟକୀୟ କ୍ରୟ କରିବା ସମୟରେ ରାଜ୍ୟ ମଧ୍ୟରେ ଅବସ୍ଥିତ ଥିବା ଅଣୁ, କ୍ଷୁଦ୍ର ଉଦ୍ୟୋଗ ଗୁଡିକ ବାଣିଜ୍ୟିକ ସହାୟତା ପାଇଥାନ୍ତି । ରପ୍ତାନୀ ଉନ୍ନୟନ ଓ ବାଣିଜ୍ୟ ନିର୍ଦ୍ଦେଶାଳୟ ରପ୍ତାନି ପ୍ରୋତ୍ସାହନ ଓ ବିପଣନ ପାଇଁ ଅଣୁ, କ୍ଷୁଦ୍ର ଉଦ୍ୟୋଗର ପଞ୍ଜୀକରଣ ଓ ପ୍ରମାଣପତ୍ର ପ୍ରଦାନ କରିଥାଏ। ଏବେ ଏହି ସେବା ଅନଲାଇନ ମାଧ୍ୟମରେ ପ୍ରାପ୍ତ ହେଲେ ଏହି କ୍ଷୁଦ୍ର ଶିଳ୍ପଦ୍ୟୋଗୀ ମାନେ ଯାତାୟାତ ସମସ୍ୟାରୁ ମୁକ୍ତ ହେବା ସହିତ, ନିଜ ଘରେ ରହି ଶିଳ୍ପ ପଞ୍ଜୀକରଣ ଏବ୦ ଏହାର ନବୀକରଣ କରାଇପାରିବେ ଏବ୦ ରାଜ୍ୟସ୍ତରୀୟ କ୍ରୟରେ ଭାଗନେଇ ଲାଭବାନ ହୋଇପାରିବେ ।
୨। ମୂଲ୍ୟ ଚୁକ୍ତି (rate contract) ପ୍ରମାଣପତ୍ର
ରପ୍ତାନୀ ଉନ୍ନୟନ ଓ ବାଣିଜ୍ୟ ନିର୍ଦ୍ଦେଶାଳୟ, ଅଣୂ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମାନଙ୍କ ସହିତ ନିର୍ଦ୍ଦିଷ୍ଟ କେତେକ ଦ୍ରବ୍ୟର ମୂଲ୍ୟଚୁକ୍ତି କରିଥାଏ । ରାଜ୍ୟ ସରକାରଙ୍କର ବିଭିନ୍ନ ବିଭାଗ ଏବ୦ ଏହାର ଅଧିନସ୍ଥ ସଂସ୍ଥାମାନେ ମୂଲ୍ୟଚୁକ୍ତି ଥିବା ଦ୍ରବ୍ୟ ଗୁଡିକୁ ନିର୍ଦ୍ଧାରିତ ହୋଇଥିବା ମୂଲ୍ୟରେ କ୍ରୟ କରିଥାନ୍ତି ।
ଅଦ୍ୟାବଧି 84 ସଂଖ୍ୟକ ଦ୍ରବ୍ୟର ମୂଲ୍ୟଚୁକ୍ତି ୮୫୧ ସଂଖ୍ୟକ ଅଣୂ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମାନଙ୍କ ସହିତ କରାଯାଇଅଛି ।ଏହି ସେବା ଅନଲାଇନ ମାଧ୍ୟମରେ ପ୍ରାପ୍ତ ହେଲେ ଶିଳ୍ପଦ୍ୟୋଗୀମାନଙ୍କ ସମୟ ବଞ୍ଚିବା ସହିତ, ଏହି ବ୍ୟବସ୍ଥା ଅଧିକ କ୍ରୀୟାଶିଳ ହେବାସହିତ ରାଜ୍ୟର ଅଧିକରୁ ଅଧିକ ଶିଳ୍ପସଂସ୍ଥା ବ୍ୟବସ୍ଥାର ଲାଭ ଉଠାଇ ପାରିବେ
୩। ପ୍ରୟୋଗଶାଳା ମାନ ପରୀକ୍ଷଣ ବିବରଣୀ
ରପ୍ତାନୀ ଉନ୍ନୟନ ଓ ବାଣିଜ୍ୟ ନିର୍ଦ୍ଦେଶାଳୟ ଅଧିନରେ ୬ ଗୋଟି ପ୍ରଯୋଗଶାଳା ଯଥା : କଟକ, ବାଲେଶ୍ଵର, ବ୍ରହ୍ମପୁର, ବଲାଙ୍ଗିର, ରାଉରକେଲା ଓ ଅନୁଗୁଳ ଠାରେ ଅବସ୍ଥିତ । ପ୍ରାୟ ୨୦୦୦ ସଂଖ୍ୟକ ବିଭିନ୍ନ ଶିଳ୍ପସଂସ୍ଥା, ସରକାରୀ ଉଦ୍ୟୋଗ ଓ ବ୍ୟବସାୟୀ ମାନେ ଏହି ପ୍ରଯୋଗଶାଳା ମାନଙ୍କରେ ସେମାନଙ୍କର ଦ୍ରବ୍ୟ ଯଥା : କାଗଜାତ ଦ୍ରବ୍ୟ, ଧାତବିୟ, ରସାୟନିକ, ସିମେଣ୍ଟ ଓ ଅନ୍ୟାନ୍ୟ ବିଭିନ୍ନ ପ୍ରକାର ଦ୍ରବ୍ୟର ଭାରତୀୟ ମାନଙ୍କାନୁଯାୟୀ ମାନ ପରୀକ୍ଷଣ କରାଇଥାନ୍ତି । ଏହି ବ୍ୟବସ୍ଥା ଅନଲାଇନ ମାଧ୍ୟମରେ ପ୍ରାପ୍ତ ହେଲେ ହିତାଧିକାରୀ ମାନଙ୍କ ନିମନ୍ତେ ଏହ। ଅଧିକ ସ୍ବଚ୍ଛ ଓ କ୍ଷିପ୍ର ହୋଇପାରିବ।
୪। ରପ୍ତାନି ପ୍ରୋତ୍ସାହନ ସହାୟତା
ରପ୍ତାନୀ ଉନ୍ନୟନ ଓ ବାଣିଜ୍ୟ ନିର୍ଦ୍ଦେଶାଳୟ ଓଡିଶାର ରପ୍ତାନିକାରୀ ମାନଙ୍କ ନିମନ୍ତେ ପ୍ରମୁଖ ଯୋଗାଯୋଗ କେନ୍ଦ୍ର ଅଟେ । ଏଠାରେ ରପ୍ତାନିକାରୀ ମାନଙ୍କୁ ବିଭିନ୍ନ ରପ୍ତାନି ପ୍ରକ୍ରିୟା, ବିଦେଶୀ ବାଣିଜ୍ୟ ନୀତି ବିଷୟରେ ମାର୍ଗଦର୍ଶନ ଦିଆଯାଇଥାଏ । ଏହି ନିର୍ଦ୍ଦେଶାଳୟ ରପ୍ତାନିକାରୀମାନଙ୍କୁ ଆନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଅଂଶଗ୍ରହଣ କରିବାପାଇଁ ସୁଯୋଗ ପ୍ରଦାନ କରିଥାଏ ଯାହାଦ୍ୱାରା ରପ୍ତାନିକାରୀମାନେ ନିଜ ଦ୍ରବ୍ୟର ପ୍ରଦର୍ଶନ କରି ରପ୍ତାନି କାରବାରରେ ଉନ୍ନତି ଆଣିଥାନ୍ତି । ଏହି ଯୋଜନାରେ ଆର୍ଥିକ ପ୍ରୋସ୍ଛାହନ ଭାବେ ଯାତାୟାତ ଖର୍ଚର ୫୦ ପ୍ରତିଶତ (ସର୍ବୋଚ ସୀମା ଟ.୫୦,୦୦୦/-) ଦିଆଯାଇଥାଏ । ଏହି ନିର୍ଦ୍ଦେଶାଳୟ ବିଭିନ୍ନ ବର୍ଗରେ ଉଲ୍ଲେଖନୀୟ ସଫଳତା ପାଇଁ “ଓଡିଶା ରାଜ୍ୟ ରପ୍ତାନି ପୁରସ୍କାର” ପ୍ରତ୍ୟେକ ବର୍ଷ ପ୍ରଦାନ କରିଥାଏ । ଏହି ସେବାଗୁଡିକ ପ୍ରାପ୍ତ କରିବାପାଇଁ ରପ୍ତାନିକାରୀମାନେ ଡାକ ମାଧ୍ୟମରେ କିମ୍ବା ବ୍ୟକ୍ତିଗତ ଭାବେ କାର୍ଯ୍ୟ।ଳୟକୁ ଆସିଥାନ୍ତି । ଏହି ସେବା ଅନଲାଇନ ମାଧ୍ୟମରେ ପ୍ରାପ୍ତ ହେଲେ ଏହ। ସ୍ଵଛ, ସୁବ୍ୟବସ୍ଥିତ ହେବ ସହିତ, ରାଜ୍ୟର ପ୍ରାୟ ୪୦୦ ରପ୍ତାନିକାରୀଙ୍କ ରପ୍ତାନି ବୃଦ୍ଧିରେ ସହାୟକ ହୋଇପାରିବ।
୫। ଅଣୁ, କ୍ଷୁଦ୍ର ଉଦ୍ୟୋଗମାନଙ୍କର ପଞ୍ଜୀକରଣ ପ୍ରମାଣପତ୍ର ନବୀକରଣ
ଅଦ୍ୟାବଧି ୨୪୭୫ ସ୦ଖ୍ୟକ ଅଣୂ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଏହି ନିର୍ଦ୍ଦେଶାଳୟ ସହ ପଞ୍ଜିକୃତ ହୋଇଅଛନ୍ତି । ଏହି ପଞ୍ଜୀକରଣ ଏବ୦ ଏହାର ସମୟାନୁକ୍ରମ ନବୀକରଣ ଅନଲାଇନ ମାଧ୍ୟମରେ ପ୍ରାପ୍ତ ହେଲେ ଏହି କ୍ଷୁଦ୍ର ଶିଳ୍ପଦ୍ୟୋଗୀ ମାନେ ଯାତାୟାତ ସମସ୍ୟାରୁ ମୁକ୍ତ ହେବା ସହିତ, ନିଜ ଘରେ ରହି ଶିଳ୍ପ ପଞ୍ଜୀକରଣ ଏବ୦ ଏହାର ନବୀକରଣ କରାଇପାରିବେ ଏବ୦ ରାଜ୍ୟସ୍ତରୀୟ କ୍ରୟରେ ଭାଗନେଇ ଲାଭବାନ ହୋଇପାରିବେ ।
୬। ଯୋଗାଣ ପୂର୍ବ ଓ ଯୋଗାଣ ପର ନିରୀକ୍ଷଣ ସେବା
ସରକାରଙ୍କର ବିଭିନ୍ନ ସଂସ୍ଥା ମୂଲ୍ୟଚୁକ୍ତି ହୋଇଥିବା ଦ୍ରବ୍ୟ ଗୁଡିକର କ୍ରୟ ସମୟରେ, ନିର୍ଦ୍ଦିଷ୍ଟ ମାନର ଦ୍ରବ୍ୟ ଯୋଗାଣକୁ ନିଶ୍ଚିତ କରାଯିବା ନିମନ୍ତେ, ଏହି ନିର୍ଦ୍ଦେଶାଳୟ ପକ୍ଷରୁ ଯୋଗାଣପୂର୍ବ ନିରୀକ୍ଷଣ ଓ ଯୋଗାଣ ପରବର୍ତ୍ତୀ ନିରୀକ୍ଷଣ କରାଯାଇଥାଏ। ଏହି ନିରୀକ୍ଷଣ କରାଇବା ନିମନ୍ତେ, କ୍ରୟକାରୀ ସଂସ୍ଥାର ନିର୍ଦ୍ଦେଶକ୍ରମେ, ଯୋଗାଣକାରୀ ଶିଳ୍ପସଂସ୍ଥା ବହୁ ସମୟ ଓ ଅର୍ଥ ଅପଚୟ କରି ଦରଖାସ୍ତ ଓ ନିରୀକ୍ଷଣ ଦେୟ ପଇଠ କରିବାପାଇଁ ଏହି ନିର୍ଦ୍ଦେଶାଳୟକୁ ଆସିଥାନ୍ତି। ଏଥିନିମନ୍ତେ ବିଭିନ୍ନ ସରକାରୀ ସଂସ୍ଥା, ଦରଖାସ୍ତ ଓ ନିର୍ଦ୍ଦିଷ୍ଟ ଦେୟ ଡାକ ମାଧ୍ୟମରେ ଏହି ନିର୍ଦ୍ଦେଶାଳୟକୁ ପଠାଇଥାନ୍ତି । ଏହି ସେବା ଅନଲାଇନ ମାଧ୍ୟମରେ ପ୍ରାପ୍ତ ହେଲେ, ବିଭିନ୍ନ ସରକାରୀ ସଂସ୍ଥାକୁ ଏହ। ସୁବିଧାଜନକ ହେବ। ସହିତ ତ୍ଵରିତ ହୋଇପାରିବ।
୭। ଖଦୀ ଓ ଗ୍ରାମୋଦ୍ୟୋଗ ବୋର୍ଡ ପ୍ରମାଣପତ୍ର ପାଇବା ପାଇଁ OKVI ଦ୍ଵାରା ସୁପାରିଶ
ଓକେଭିଆଇ ବୋଡ ର ସମ୍ପାଦକ ବିଭିନ୍ନ ଖାଦୀ ସଂସ୍ଥା ମାନଙ୍କର ନୂଆ ଖଦୀ ପ୍ରମାଣପତ୍ର ପାଇଁ କେଭିଆଇସି (KVIC) ର ରାଜ୍ୟ ନିର୍ଦ୍ଦେଶାଳୟକୁ ଅନୁମୋଦନ କରିଥାନ୍ତି। ଏହି ସେବା ଅନଲାଇନ ମାଧ୍ୟମରେ ପ୍ରାପ୍ତ ହେଲେ, ବିଭିନ୍ନ ସଂସ୍ଥା ଯାତାୟାତ ସମସ୍ୟାରୁ ମୁକ୍ତ ହେବା ସହିତ ପଞ୍ଜୀକରଣ ଏବ୦ ଏହାର ନବୀକରଣ ଅତି କମ ସମୟ ଭିତରେ କରାଇପାରିବେ
୮। ଓଡିଶା ଖଦୀ ଓ ଗ୍ରାମୋଦ୍ୟୋଗ ବୋର୍ଡ ଦ୍ଵାରା ଖଦୀ ଅନୁଷ୍ଠାନ ମନଙ୍କୁ ଦିଆଯାଉଥିବା ରିହାତି
ରିହାତି ଦେବା ପାଇଁ ଓ ପାଇବା ପାଇଁ ଅନୁସରଣ କରାଯାଉଥିବା ପ୍ରଣାଳୀରେ ବହୁତ ଗୁଡିଏ ଦସ୍ତାବିଜ ର ଆଦାନ ପ୍ରଦାନ ଆବଶ୍ୟକ ପଡିଥାଏ। ଅନଲାଇନ କରାଯିବ। ଯୋଗୁ ଏହି ସେବା ସହଜ ସରଳ ହେବ। ସହିତ ୨୪*୭ ଉପଲବ୍ଧ ହେବ। ଏଥିରେ ୬୪ ଟି ଖଦୀ ଅନୁଷ୍ଠାନ୍ନ ଉପକୃତ ହେବେ
୯। ଓଡିଶା କ୍ଷୁଦ୍ର ଶିଳ୍ପ ନିଗମ ଦ୍ଵାରା ବିଭିନ୍ନ ବିଭାଗ ମାନଙ୍କୁ ବ୍ୟବସାୟିକ ସଂଗଠନ ମାଧ୍ୟମରେ ସାମଗ୍ରୀ ଯୋଗାଣ।
ଓଡିଶା କ୍ଷୁଦ୍ର ଶିଳ୍ପ ନିଗମ ବିଭିନ୍ନ ବିଭାଗ ମାନଙ୍କୁ ବ୍ୟବସାୟିକ ସଂଗଠନ ମାଧ୍ୟମରେ ସାମଗ୍ରୀ ଯୋଗାଣ କରିଥାଏ। ଏହି ଯୋଗାଣରେ ଭାଗନେବା ପାଇ ଅଣୂ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମାନଙ୍କୁ ପଞ୍ଜୀକରଣ କରିବାକୁ ପଡୁଥିଲା। ଯେଉଁ ପ୍ରଣାଳୀରେ ବହୁତ ଗୁଡିଏ ଦସ୍ତାବିଜ ର ଆଦାନ ପ୍ରଦାନ ଆବଶ୍ୟକ ହୋଇଥାଏ ଓ ଏହା ସମୟ ସାପେକ୍ଷ ଥିଲା । ଏହି ସେବା ଅନଲାଇନ ମାଧ୍ୟମରେ ୨୪*୭ ପ୍ରାପ୍ତ ହେଲେ ଏହି ପ୍ରକ୍ରିୟା ସ୍ଵଛ, ସୁବ୍ୟବସ୍ଥିତ ହେବ। ସହିତ, ରାଜ୍ୟର ପ୍ରାୟ ୧୦୦ ଟି ଅନୁଷ୍ଠାନ ଉପକୃତ ହେବେ।
୧୦। ଓଡିଶା ରାଜ୍ୟ ଅର୍ଥ ନିଗମ ଦ୍ଵାରା ଦିଆଯାଉଥିବା ବକେୟା ନଥିବା ପ୍ରମାଣପତ୍ର
ଋଣ ହିତାଧିକାରୀମାନଙ୍କୁ ଓଡିଶା ରାଜ୍ୟ ଅର୍ଥ ନିଗମ ବକେୟା ନଥିବା ପ୍ରମାଣପତ୍ର ଦେଇଥାଏ। ହିତାଧିକାରୀମାନଙ୍କୁ ସେମାନଙ୍କର ଋଣ ବକେୟା ନଥିବା ପ୍ରମାଣପତ୍ର ଅନଲାଇନ ସେବା ମାଧ୍ୟମରେ ପ୍ରାପ୍ତ ହେଲେ, ସେମାନେ ଆଉ ସରକାରୀ ଦପରକୁ ଆସିବାକୁ ପଡିବ ନାହିଁ । ସେମାନେ ସେମାନଙ୍କ ସୁବିଧା ଅନୁସାରେ ଆବେଦନ ଓ ବକେୟା ନଥିବା ପ୍ରମାଣପତ୍ର ଅତି କମ ସମୟ ଭିତରେ ପାଇପାରିବେ।
୧୧। ଓଡିଶା ରାଜ୍ୟ ଅର୍ଥ ନିଗମ ଦ୍ଵାରା ଏକକାଳୀନ ବନ୍ଦୋବସ୍ତ ବ୍ୟବସ୍ଥା
ନଂପରଫରମିଂ ଏସେଟ (ଏନପିଏ) ହିତାଧିକାରୀମାନଙ୍କ ପାଇ ଓଡିଶା ରାଜ୍ୟ ଅର୍ଥ ନିଗମ ଆରବିଆଇ (RBI) ର ନୀତି ଅନୁଯାୟୀ ଏକକାଳୀନ ବନ୍ଦୋବସ୍ତ ବ୍ୟବସ୍ଥା କରିଥାଏ। ଏହି ସେବା ଅନଲାଇନ ମାଧ୍ୟମରେ ପ୍ରାପ୍ତ ହେଲେ, ଏଥିପାୟ ଆବେଦନ କରୁଥିବା ହିତାଧିକାରୀ ଏହି ସେବା ର ପୂର୍ଣ ଲାଭ ନିଜ ସୁବିଧାରେ ଉଠାଇ ପାରିବେ ଓ ଏଥିରେ ପ୍ରାୟ ୧୨୦ ଗୋଟି ହିତାଧିକାରୀ ଉପକୃତ ହେବେ।