ନୂଆଦିଲ୍ଲୀ : ଆଜିଠୁ ଦେଶରେ ଅନେକ କିଛି ବଦଳି ଯାଇଛି । ଏମିତି ୧୧ଟି ନିୟମ ବଦଳିଛି ଯାହା ସମସ୍ତଙ୍କୁ ପ୍ରଭାବିତ କରିବ । ବ୍ୟାଙ୍କରୁ ଟଙ୍କା ଉଠାଣ ନେଇ ନୂଆ ନିୟମ ଲାଗୁ ହେଉଥିବା ବେଳେ ଆଜିଠୁ ଲାଗୁ ହୋଇଛି ନୂଆ ମୋଟର ଯାନ ଆଇନ । ଆଜିଠୁ ସାରା ଦେଶରେ ୧୧ଟି ପରିବର୍ତ୍ତନ ଯାହା ଆପଣଙ୍କ ପକେଟ ଉପରେ ସିଧା ବୋଝ ପକାଇବ । ଆପଣଙ୍କ ନିତିଦିନିଆ ଜୀବନ ଉପରେ ପ୍ରଭାବ ପକାଇବ ।
() ଗୋଟିଏ ବର୍ଷରେ ଗୋଟିଏ ବ୍ୟାଙ୍କ ଆକାଉଣ୍ଟରୁ ୧କୋଟିରୁ ଅଧିକ ଟଙ୍କା ଉଠାଇଲେ ୨ପ୍ରତିଶତ TDS ଦେବାକୁ ପଡିବ ।
() SBI, PNB ଭଳି ୮ଟି ବ୍ୟାଙ୍କ ରେପୋ ରେଟ୍ ଆଧାରରେ ଲୋନ୍ ପାଇଁ ପ୍ରସ୍ତାବ ଦେଇଛନ୍ତି । ଫଳରେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ରେପୋ ରେଟ୍ କମାଇଲେ ବା ବଢାଇଲେ ଏହାର ପ୍ରଭାବ ପଡିବ ସୁଧ ହାର ଉପରେ ।
() ଘର କିଣିଲେ TDS ଦେବାକୁ ପଡିବ । ଏବେ ଆପଣ କ୍ଲବ ମେମ୍ବରସିପ୍ ଏବଂ କାର ପାର୍କିଂ ସୁବିଧା ପାଇଁ ଦେଉଥିବା ଫିସ୍କୁ ପ୍ରପଟିର ଦାମ ସହ ଯୋଡି ଟିକସ ଛାଡ ପାଇପାରିବେ ନାହିଁ ।
() ଭୂକମ୍ପ, ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ଦୁର୍ବିପାକ ଏବଂ ଦଙ୍ଗାରେ ଯାନବାହନର କ୍ଷତି ଲାଗି ଆପଣ ବୀମା କରି ପାରିବେ । ଅନ୍ ଡ୍ୟାମେଜ୍ ଏବଂ ଥାର୍ଡ ପାର୍ଟି ବୀମା ଗୋଟିଏ ବୀମା କମ୍ପାନୀଠାରୁ ନେବା ବାଧ୍ୟତାମୂଳକ ନୁହେଁ ।
() ଘରର ମରାମତି ଲାଗି ଯଦି ଆପଣ କଣ୍ଟ୍ରାକ୍ଟର ବା ପ୍ରଫେସନାଲଙ୍କୁ ୫୦ଲକ୍ଷରୁ ଅଧିକ ପେମେଣ୍ଟ ଦେଉଛନ୍ତି ତେବେ ଏହା ଉପରେ ୫ପ୍ରତିଶତ TDS ଦେବାକୁ ପଡିବ ।
() ଯେଉଁମାନେ ଆଧାର ନମ୍ବରକୁ ପ୍ୟାନ୍ ସହ ଲିଙ୍କ କରିନାହାନ୍ତି ସେମାନଙ୍କ ପାଇଁ ଇନକମ୍ ଟ୍ୟାକ୍ସ ଡିପାର୍ଟମେଣ୍ଟ ନୂଆ ପ୍ୟାନ୍ ନମ୍ବର ଜାରି କରିବ ।
() ସାରା ଦେଶରେ ନୂଆ ମୋଟର ଯାନ ଆଇନ ଲାଗୁ ହୋଇଛି । ଟ୍ରାଫିକ ନିୟମ ଭାଙ୍ଗିଲେ ଏଣିକି ୧୦ଗୁଣା ପର୍ଯ୍ୟନ୍ତ ମୋଟା ଅଙ୍କର ଜରିମାନା ଭରିବାକୁ ପଡିବ ।
() ଇଣ୍ଡିଆନ ରେଲୱେ ଟିକେଟ୍ ବୁକିଂଙ୍ଗ ପୋର୍ଟାଲରୁ ଟିକକ କଲେ ଏଣିକି ସର୍ଭିସ ଚାର୍ଜ ଦେବାକୁ ପଡିବ ।
ଯେଉଁମାନଙ୍କର ସର୍ଭିସ ଏବଂ ସେଣ୍ଟ୍ରାଲ ଏକ୍ସସାଇଜ୍ ଟାକ୍ସ ବାକି ରହିଛି ସେମାନଙ୍କୁ ଆଶ୍ବସ୍ତି ଦେବା ଲାଗି ଏକ ନୂଆ ସର୍ବକ୍ଷମା ସ୍କିମ୍ ଆସିଛି ।
() ଏବେ ଯାଏଁ ୫୦ହଜାର ଟଙ୍କାରୁ ଅଧିକ ଲେଣଦେଣ ଲାଗି ଆପଣଙ୍କ ବ୍ୟାଙ୍କ ଇନକମ୍ ଟ୍ୟାକ୍ସ ଡିପାର୍ଟମେଣ୍ଟକୁ ସୂଚନା ଦେଉଥିଲା । ଏଣିକି ଏହାଠାରୁ କମ ଲେଣଦେଣ ସଂପର୍କରେ ମଧ୍ୟ ବ୍ୟାଙ୍କଠାରୁ ଇନକମ୍ ଟ୍ୟାକ୍ସ ଡିପାର୍ଟମେଣ୍ଟ ସୂଚନା ମାଗିପାରିବ ।
() ଯଦି ଜୀବନ ବୀମା ମାଚ୍ୟୁରିଟିରୁ ମିଳିଥିବା ଅର୍ଥ ଉପରେ ଟ୍ୟାକ୍ସ ଦେବାକୁ ପଡୁଛି ତେବେ ମୋଟ ଆୟ ଉପରେ ୫ପ୍ରତିଶତ TDS ଦେବାକୁ ପଡିବ ।
ଆଜିଠୁ ଦେଶରେ ଲାଗୁ ହେଲା ୧୧ ପରିବର୍ତ୍ତନ, ଜାଣନ୍ତୁ କଣ ନୂଆ ନିୟମ
ବ୍ୟାଙ୍କରୁ କୋଟିଏରୁ ଅଧିକ ଟଙ୍କା ଉଠାଇଲେ ୨% TDS
RBI ରେପୋ ରେଟ୍ କମିଲେ-ବଢିଲେ ସୁଧ ହାର କମିବ-ବଢିବ
ଘର କିଣିଲେ TDS ଦେବାକୁ ପଡିବ
ବନ୍ୟା, ଦଙ୍ଗାରେ କ୍ଷତି ଲାଗି ମଧ୍ୟ କାର ବୀମା
ଘର ମରାମତି ପାଇଁ ୫୦ଲକ୍ଷ ଟଙ୍କା ଉପରେ ୫% TDS
ପ୍ୟାନ୍ ସହ ଆଧାର ଲିଙ୍କ କରିନଥିଲେ ନୂଆ ପ୍ୟାନ୍
ନୂଆ ମୋଟର ଯାନ ଆଇନ ଲାଗୁ
IRCTCରୁ ଟିକେଟ୍ ବୁକିଂ ଉପରେ ସର୍ଭିସ ଚାର୍ଜ
ସର୍ଭିସ ଟାକ୍ସ ବକେୟା ଲାଗି ସର୍ବକ୍ଷମା ଯୋଜନା
ସପିଂ ଉପରେ ବି ଇନକମ୍ ଟ୍ୟାକ୍ସର ନଜର
ଲାଇଫ୍ ଇନସୁରାନ୍ସ ମାଚୁରିଟି ଉପରେ ୫% TDS