୨୧ରୁ ଖୋଲିବ ଏକାଦଶ ଶ୍ରେଣୀ,ଗଣଶିକ୍ଷା ବିଭାଗ ଜାରି କଲା ଗାଇଡଲାଇନ୍

ଦୂରରୁ ଆସୁଥିବା ପିଲାଙ୍କ ପାଇଁ ପ୍ରଥମ ଦିନ ଇଣ୍ଡକସନ ସେସନ କରାଯିବ

ଭୁବନେଶ୍ୱର: ୨୧ରୁ ଖୋଲିବ ଏକାଦଶ ଶ୍ରେଣୀ । ଶ୍ରେଣୀଗୃହ ପାଠପଢ଼ା ପୂର୍ବରୁ ଗଣଶିକ୍ଷା ବିଭାଗ ଜାରି କଲା ଗାଇଡଲାଇନ୍ । ଦୂରରୁ ଆସୁଥିବା ପିଲାଙ୍କ ପାଇଁ ପ୍ରଥମ ଦିନ ଇଣ୍ଡକସନ ସେସନ କରାଯିବ । ଏହି ସମୟରେ ପିଲାଙ୍କ ସହ ରହିବେ ଅଭିଭାବକ । ନଭେମ୍ବର ପହିଲାରୁ ୟୁନିଫର୍ମରେ ଆସିବେ ଛାତ୍ରଛାତ୍ରୀ । ଛାତ୍ରଛାତ୍ରୀଙ୍କୁ ମିଳିବ ଅସ୍ଥାୟୀ ପରିଚୟପତ୍ର ।

ଏଥିସହ ଛାତ୍ରଛାତ୍ରୀଙ୍କୁ ପିଡିଏଫ ଫର୍ମରେ ପୁସ୍ତକ ଯୋଗାଇ ଦିଆଯିବ । ରାଗିଂ ଫ୍ରି କ୍ୟାମ୍ପସ ଉପରେ ଗୁରୁତ୍ୱ ଦିଆଯାଉଛି । ଶ୍ରେଣୀକକ୍ଷ ସହ ହଷ୍ଟେଲ ଉପରେ ମଧ୍ୟ ନଜର ରଖିବେ ଅଧ୍ୟାପକ । ଶ୍ରେଣୀକକ୍ଷରୁ ହଷ୍ଟେଲ ଯାଏ କୋଭିଡ ନିୟମ କଡ଼ାକଡ଼ି ଭାବେ ପାଳନ ହେବ । ଶ୍ରେଣୀକକ୍ଷ, ହଷ୍ଟେଲ ଓ ପରିବେଶ ଠିକ୍ ଅଛି କି ନାହିଁ ସେ ରିପୋର୍ଟ ଦେବେ ଡିଇଓ । ଏନେଇ ଉଚ୍ଚ ମାଧ୍ୟମିକ ସ୍କୁଲ ଅଧ୍ୟକ୍ଷଙ୍କୁ ଚିଠି ଲେଖାଯାଇଛି । ପୂର୍ବରୁ କଲେଜ ଅଧ୍ୟକ୍ଷଙ୍କ ସହ ଗତ ୧୬ ତାରିଖରେ ଆଲୋଚନା ହୋଇଥିଲା