ଲକ୍ ଡାଉନରେ ବିଦ୍ୟୁତ୍ ଉପଭୋକ୍ତାଙ୍କୁ ମିଳିବ ରିହାତି

ଭୁବନେଶ୍ୱର: ଲକ୍ ଡାଉନ୍ ସମୟରେ ଏପ୍ରିଲ ଓ ମେ’ ରେ ବିଦ୍ୟୁତ୍ ଘରୋଇ ଉପଭୋକ୍ତା ବିଲ ପୈଠ କଲାବେଳେ ତାଙ୍କୁ ଅତିରିକ୍ତ ରିହାତି ମିଳିବ । ଅତିରିକ୍ତ ୪% ରିହାତି ଦେବାକୁ ଶକ୍ତି ବିଭାଗ ପ୍ରମୁଖ ସଚିବଙ୍କ ପକ୍ଷରୁ ଘୋଷଣା କରାଯାଇଛି ।

ଲକ୍ ଡାଉନ୍ ପାଇଁ ରାଜସ୍ୱ କମିବା ଆଶଙ୍କାରେ ରିହାତି ଘୋଷଣା କରାଯାଇଛି। ସେସୁ, ନେସ୍କୋ, ସାଉଥ୍‌କୋ ଓ ୱେସ୍କୋକୁ ଶକ୍ତି ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଓଇଆରସି ରେଗୁଲେସନ୍-୨୦୨ ଅନୁସାରେ ନିର୍ଦ୍ଦେଶନାମା ଜାରି କରାଯାଇଛି।