ଗାତରେ ପଡ଼ି ହାତୀଛୁଆ ମୃତ

ରାଉଲକେଲା: ରାଉଲକେଲା ବିଶ୍ରା ଫରେଷ୍ଟ ରେଞ୍ଜ ମହୀପାଣି ପାଖରେ ଗୋଟିଏ ହାତୀଛୁଆ ମୃତ୍ୟୁବରଣ ଘଟଣା ଗୁରୁବାର ଦେଖିବାକୁ ମିଳିଛି । ବୁଧବାର ବିଳମ୍ବିତ ରାତିରେ ଗାତରେ ପଡ଼ିବା ଫଳରେ ଏକ ଅଘଟଣ ହୋଇଛି । ରେଳ ଧାରଣା ପାଇଁ ସେହି ଗାତଟି ଖୋଳାଯାଇଥିଲା । ହାତୀଛୁଆଟି ବର୍ଷକର ହୋଇଥିବା ଜଣାପଡ଼ିଛି । ଉଲ୍ଲେଖନୀୟ, ଗତକାଲି ରାତିରେ ଗାଁକୁ ହାତୀପଲ ଚାଲିଆସିଥିଲେ । ସେହି ହାତୀପଲଙ୍କୁ ଘଉଡାଇବା ପାଇଁ ଗାଁ ଲୋକମାନେ ବନବିଭାଗର ସହାୟତା ନେଇଥିଲେ । ହାତୀପଲ ଯିବା ସମୟରେ ସେହି ହାତୀଛୁଆଟି ଗାତରେ ପଡ଼ିଯାଇଥିଲା । ଗୁରୁବାର ସକାଳେ ମୃତ ହାତୀଛୁଆଟିକୁ ବନ ବିଭାଗ କର୍ମଚାରୀ ଉଦ୍ଧାର କରିଛନ୍ତି ।