ମହାନଦୀ ମଝିରେ ଫଶିରେ ହାତୀପଲ

କଟକ:ନଦୀ ପାର୍ ହେଲା ବେଳେ ଫଶିଗଲେ ହାତୀପଲ । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ଆଠଗଡ ଅଂଚଳରେ ।

ସୂଚନାନୁସାରେ, ଆଠଗଡ ସୁକାଶନ ଜଙ୍ଗଲରେ ଏକ ହାତୀପଲ ଖାଦ୍ୟ ଅନ୍ୱେଷଣରେ ଚନ୍ଦକା ଜଙ୍ଗଲ ଅଭିମୁଖେ ଯାଉଥିଲା । ଚନ୍ଦକା ଯିବା ମଝିରେ ମହାନଦୀ ପଡିଥାଏ । ହାତୀପଲ ତାକୁ ଅତିକ୍ରମ କରିବାକୁ ଚେଷ୍ଟା କରୁଥିଲେ । କିନ୍ତୁ ନଦୀରେ ପାଣି ଅଧିକ ଥିଲା । ସେମାନେ ଅତିକ୍ରମ ନ କରିପାରି ନଦୀ ମଝିରେ ଫଶି ରହିଛନ୍ତି । ତେବେ ଏହା ଦେଖିବା ପରେ ସ୍ଥାନୀୟ ଲୋକେ ବନ ବିଭାଗକୁ ଖବର ଦେଇଥିଲେ । ପରେ ବନ ବିଭାଗ ଘଟଣାସ୍ଥଳରେ ପହଁଚି ହାତୀଙ୍କୁ ଉଦ୍ଧାର କରିବାକୁ ପ୍ରୟାସ ଚଳାଇଛି ।