୪ବର୍ଷ ଝିଅର ଜୀବନ ବଂଚାଇଲା ହାତୀ

କୋଲକତା: କୁହାଯାଏ ବେଳେବେଳେ ଆମର ମୃତ୍ୟୁର କାରଣ ହେଉଥିବା ପଶୁମାନେ ମଧ୍ୟ ଆମକୁ ନୂତନ ଜୀବନ ଦେଇଥାନ୍ତି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ପଶ୍ଚିମବଙ୍ଗରେ । ପଶ୍ଚିମବଙ୍ଗର ଜଲପାଇଗୁରୀ ଜିଲ୍ଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି । ଯାହାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ଗୋଟିଏ ହାତୀ ଜଣେ ୪ବର୍ଷର ଛୋଟ ଝିଅକୁ ମୃତ୍ୟୁ ମୁଖରୁ ଉଦ୍ଧାର କରିଛି ତାହା ଏବେ ପାଲଟିଛି ଚର୍ଚ୍ଚା । ଘଟଣାଟି ହେଉଛି ଗୁରୁମାରା ଜଙ୍ଗଲ ନିକଟସ୍ଥ ଜାତୀୟ ରାଜପଥ ୩୧ର। ସେଠାରେ ଜଣେ ୩ ବର୍ଷୀୟା ବାଳିକା ଆହାନ ନିଜ ପରିବାର ଲୋକଙ୍କ ସହ ଜଙ୍ଗଲରେ ପୂଜା ସାରି ଲତାଗୌରିକୁ ଫେରୁଥାଏ। ତା’ ସାଙ୍ଗରେ ଥାଆନ୍ତି ବାପା ନିତୁ ଘୋଷ ଓ ମାଆ ତିତ୍‌ଲି। ସେମାନେ ରାସ୍ତାରେ ବାଇକ୍‌ରେ ଯାଉଥିବା ସମୟରେ ସେହି ସମୟରେ ଏକ ହାତୀ ରାସ୍ତା ପାର୍‌ ହେଉଥାଏ। ହାତୀଟି ରାସ୍ତାରେ ଥିବାରୁ ଆହାନାର ବାପା ଅଚାନକ ଗାଡ଼ି ଅଟକାଇ ଦେଇଥିଲେ। ଫଳରେ ଗାଡ଼ି ଉପରେ ନିୟନ୍ତ୍ରଣ ନ ରହିବାରୁ ଆହାନା ତଳକୁ ଖସି ପଡ଼ିଥିଲେ। ସେହି ସମୟରେ ଆହୁରି ଅନେକ ହାତୀ ରାସ୍ତା ଉପରକୁ ମାଡ଼ି ଆସିଥିଲେ। ମାତ୍ର ସେତିକି ବେଳେ ଦେଖିବାକୁ ମିଳିଥିଲା ଏକ ଚକିତ ହେବା ପରି କଥା। ସେମାନଙ୍କ ମଧ୍ୟରୁ ଜଣେ ହାତୀ ଆହାନା ନିକଟକୁ ଆସିଥିଳା। ନିଜର ଦୁଇ ଗୋଡ଼ରେ ତାକୁ ସୁରକ୍ଷା ଦେଇଥିଲା। ଅନ୍ୟ ହାତୀମାନେ ସେଠାରୁ ନଯିବା ପର‌୍ୟ୍ୟନ୍ତ ହାତୀଟି ସେହିପରି ଭାବେ ଆହାନାକୁ ଜଗି କରି ଛିଡ଼ା ହୋଇଥିଲା।