ହତୀ ପାଟିରେ ଫୁଟିଲା ବୋମା, ଗୁରୁବାର ଗଲା ଲକ୍ଷ୍ମୀଙ୍କ ବାହାନର ଜୀବନ

ଭୁବନେଶ୍ୱର : ଆଠଗଡ ରେ ଏକ ହାତୀ ବୋମା ପାଟିରେ ପୂରାଇ ଦେବାରୁ ତାର ମୃତ୍ୟୁ ହୋଇଛି । ବନ୍ୟଜନ୍ତୁ ଶିକାର ପାଇଁ ଶିକାରିମାନେ ଏଭଳି କ୍ରୁର ହୋଇପଡିଲେଣି । ମୁହଁରେ ବିସ୍ଫୋରଣ ହେବାରୁ ହାତୀଟିର ମୃତ୍ୟୁ ହୋଇଥିଲା । ଘଟଣାର ତଦନ୍ତ କରି ବନ ବିଭାଗ ଜମି ମାଲିକଙ୍କୁ ଅଟକ ରଖିଛି ।
ହାତୀ ମୁହଁରେ ବୋମା ବିସ୍ଫୋରଣ । ବିସ୍ଫୋରଣ କରି ହାତୀକୁ ହତ୍ୟା କରାଯାଇଛି । ତା ମୁହଁରୁ ବହିଯାଉଛି ରକ୍ତ ଧାର। ଆଠଗଡ ବନଖଣ୍ଡ ରାଜନଗର ଅଞ୍ଚଳରେ। ଜଙ୍ଗଲ ଜନ୍ତୁଙ୍କୁ ମାରିବା ଲାଗି ଏମିତି ନୃଶଂସ ହୋଇପଡ଼ିଛନ୍ତି ଶିକାରିମାନେ। ଯେଉଁଥିରେ ପ୍ରାଣ ହରାଇଛି ଏହି ହାତୀ। ଜଙ୍ଗଲ ରେ ବୋମା ରଖି ବନ୍ୟ ଜନ୍ତୁଙ୍କୁ ପ୍ରଥମେ ଖାଦ୍ୟ ଦ୍ବାରା ଆକର୍ଷିତ କରୁଛନ୍ତି, ପରେ ବୋମା ଫୁଟି ବନ୍ୟଜନ୍ତୁକୁ ହତ୍ୟା କରୁଛନ୍ତି। ତେବେ ଏମିତି ବନ୍ୟଜନ୍ତୁ ହତ୍ୟା ବାରମ୍ବାର ଚାଲିଥିବା ବେଳେ ଆଜି ହାତୀର ମୃତ୍ୟୁ ସାରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଛି। ଘଟଣାକୁ ବନ୍ୟପ୍ରାଣୀ ସଂଗଠନ ମାନେ ଦୃଢ ନିନ୍ଦା କରିଛନ୍ତି। ବନବିଭାଗ ହାତୀ ପ୍ରାଣ ହରାଇଥିବା ଜମି ମାଲିକ ପ୍ରସନ୍ନ ସାହୁଙ୍କୁ ଅଟକ ରଖିଛି।

ସ୍ଥାନୀୟ ଲୋକଙ୍କ ବନ ବିଭାଗ କାର‌୍ୟ୍ୟାଳୟ ଆଗରେ ନାରାବାଜି। ରାଜନଗର ଗାଁ ସରପଞ୍ଚଙ୍କ ନେତୃତ୍ବରେ ଡିଏଫଓଙ୍କ ଅଫିସ ଆଗରେ ଧାରଣା ଦେଇଥିଲେ। ପ୍ରସନ୍ନ ସାହୁ ନିର୍ଦ୍ଦୋଷ ବୋଲି ସେମାନେ କହିଛନନ୍ତି। ସେପଟେ ଡିଏଫଓ କହିଛନ୍ତି ଏହି ଅଞ୍ଚଳରେ ବନ୍ୟଜନ୍ତୁଙ୍କୁ ଶିକାର କରିବା ଲାଗି ଏକ ଗ୍ୟାଙ୍ଗ ଚାଲିଛି । ଯେଉଁମାନେ ବୋମା ଲଗାଇ ପଶୁଶିକାର କରୁଛନ୍ତି। ସେମାନଙ୍କୁ ଧରିବା ଲାଗି କ୍ରାଇମବ୍ରାଞ୍ଚର ସହାୟତା ନିଆଯିବ।