ସହର ଭିତରେ ଦନ୍ତାହାତୀର ତାଣ୍ଡବ

ତାଳଚେର: ସହର ଭିତରେ ଚାଲିଛଇ ଦନ୍ତାହାତୀର ତାଣ୍ଡବ । ତାଳଚେରରେ ପ୍ରବେଶ କରି ଶର୍ମା ଛକ ନିକଟରେ ଜଣେ ବୃଦ୍ଧଙ୍କୁ ଦଳି ଦେବାରୁ ତାଙ୍କର ମୃତ୍ୟୁ ଘଟିଛି । ସୂୂଚନା ଅନୁଯାୟୀ ସକାଳୁ ସକାଳୁ ବୃଦ୍ଧ ଜଣକ ବଜାରକୁ ଛା ପିଇବାକୁ ଯାଇଥିବା ସମୟରେ ହାତୀ ହାବୁଡରେ ପଡିଯାଇଥିଲେ । ଆଇଟଆଇ ଛକ, ଶର୍ମା ଛକ, ଦେଉଳଗୁଡା, ବାଘୁଆବୋଲ ଓ ହାଟ ଅଂଳଚରେ ହାତୀଟି ବୁଲୁଛି । ସହର ଭିତରେ ହାତୀ ପଶି ଆସିବାରୁ ଲୋକେ ଆତଙ୍କିତ ହୋଇ ପଡିଛନ୍ତି । ବନବିଭାଗକୁ ବାରମ୍ବାର ଖବର ଦିଆଯାଉଥିଲେ ମଧ୍ୟ ହାତୀ ଘଉଡାଇବା ପାଇଁ କର୍ମଚାରୀମାନେ ଉପଯୁକ୍ତ ପଦକ୍ଷେପ ନେଉନଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ସ୍ଥାନୀୟ ଅଂଚଳରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ସେପଟେ ଶନିବାର ସକାଳେ ଓଡ଼ାପଡ଼ା ବ୍ଲକ୍ ମୋଟଗାଁ ଥାନା ଅନ୍ତର୍ଗତ ଗୁଡ଼ିଆକାଟେଣି ଗାଁ’ରେ ଗୋଟାଏ ଦନ୍ତାହାତୀ କବଳରେ ପଡ଼ି ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି । ଅନ୍ୟ ଜଣେ ଆହତ ହୋଇଛନ୍ତି । ଦନ୍ତାହାତୀ ଆକ୍ରମଣରେ ମୃତ ବ୍ୟକ୍ତିଜଣକ ହେଉଛନ୍ତି ୮୨ ବର୍ଷିୟ ଦୟାନିଧି ସାହୁ। ଏହି ସମୟରେ ଅନ୍ୟ ଜଣେ ବ୍ୟକ୍ତି ସାମାନ୍ୟ ଆହତ ହୋଇଥିବା କଥା ଶୁଣାଯାଉଛି।