ଆରମ୍ଭ ହେଲା ପଶ୍ଚିମ ଓଡ଼ିଶାରେ ବିଦ୍ୟୁତ୍ କାଟ

ବକେୟା ପୈଠ ନ କରିଥିବା ଗ୍ରାହକଙ୍କର ବିଦ୍ୟୁତ୍ କାଟ କରୁଛି ୱେସ୍କୋ

ଭୁବନେଶ୍ୱର: ସେସୁ, ନେସ୍କୋ ପରେ ଏବେ ୱେସ୍କୋ ବିଦ୍ୟୁତ୍ କାଟ ପ୍ରକ୍ରିୟା ଆରମ୍ଭ କରିଛି । ଯେଉଁ ଗ୍ରାହକମାନେ ନିଜର ବକେୟା ପୈଠ କରିବାରେ ଅବହେଳା କରିଛନ୍ତି ସେମାନଙ୍କର ବିଦ୍ୟୁତ୍ କାଟ ଆରମ୍ଭ କରାଯାଇଛି । ତେବେ ଆଜିଠାରୁ ପଶ୍ଚିମ ଓଡ଼ିଶାରେ ୱେସ୍କୋ ଆରମ୍ଭ କରିଛି ଏହି ପ୍ର୍ରକ୍ରିୟା ।

ପଶ୍ଚିମ ଓଡ଼ିଶାରେ ଅନେକ ଶିଳ୍ପ ପ୍ରତିଷ୍ଠାନ, ଘରୋଇ ସଂସ୍ଥା, ସରକାରୀ ସଂସ୍ଥା ସହ ଘର ଗୁଡ଼ିକର ଦୀର୍ଘ ଦିନର ବିଦ୍ୟୁତ ବିଲ ବାକି ପଡ଼ିଛି । ବକେୟା ବିଲ ପୈଠ ପାଇଁ ୱେସ୍କୋ ପକ୍ଷରୁ ଏକ ଡେଡ଼ଲାଇନ ଦିଆଯାଇଥିଲା । କିନ୍ତୁ ଅଧିକାଂଶ ସ୍ଥାନରେ ବିଲ ପୈଠ ହୋଇନାହିଁ । ଡେଡ଼ଲାଇନ ସରିବା ପରେ ବିଦ୍ୟୁତ୍ କାଟ୍ ଆରମ୍ଭ କରାଯାଇଛି । ବଲାଙ୍ଗୀର, ସମ୍ବଲପୁର ସମେତ ୯ଟି ଜିଲ୍ଲାରେ ବିଦ୍ୟୁତ୍ କାଟ୍ ଆରମ୍ଭ କରାଯାଇଛି । ବକେୟା ବିଲ ଦେଇନଥିବା ହିତାଧିକାରୀଙ୍କ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହେବ । ପ୍ରଥମ ପର୍ଯ୍ୟାୟରେ ବ୍ୟବସାୟିକ ପ୍ରତିଷ୍ଠାନର ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରାଯାଉଛି ।