ଭୁବନେଶ୍ୱର : ଓଡ଼ିଶାରେ ଚଳିତ ବର୍ଷ ବିଜୁଳି ଦର ବଢିବ ନାହିଁ ବୋଲି ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆରସି) ପକ୍ଷରୁ ଘୋଷଣା କରାଯାଇଛି ।
ଓଇଆରସି ପକ୍ଷରୁ କରାଯାଇଥିବା ଘୋଷଣା ଅନୁସାରେ ରାଜ୍ୟରେ ୨୦୧୯-୨୦ରେ ଲାଗୁ ହୋଇଥିବା ବିଜୁଳି ତାରିଫ ୨୦୨୦-୨୧ରେ ମଧ୍ୟ ଜାରି ରହିବ । ୨୦୨୦-୨୧ ପାଇଁୟୁନିଟ ପଛା ହାରାହାରି ଯୋଗାଣ ଦର ୫ ଟଙ୍କା ୩ ପଇସା ରହିଥିବାବେଳେ ହାରାହାରି ତାରିଫ ୪୮୨.୨୬ ପଇସା ରହିଛି । ୨୦୧୯-୨୦ ପାଇଁ ଓପିଟିସିଏଲର ବିଦ୍ୟୁତ ପରିବହନ ଦରୟୁନିଟ ପିଛା ୨୫ ପଇସା ଥିବାବେଳେ ଚଳିତ ଆର୍ଥିକ ବର୍ଷ ପାଇଁ ତାହାକୁ ଅପରିବର୍ତିତ ରଖାଯାଇଛି । ତେବେ ୨୦୧୯-୨୦ରେ ଓଏଚପିସିର ତାରିଫ ୮୬.୧୦ ପଇସା ଥିବାବେଳେ ଚଳିତ ଆଥିର୍କ ବର୍ଷରେ ତାହା ୯୦.୧୧ ପଇସାକୁ ବୃଦ୍ଧି କରାଯାଇଛି ।
ଚଳିତ ଆଥିର୍କ ବର୍ଷରେ ଗ୍ରୀଡକୋ ମୋଟ ୨୯୦୧୮ ନିୟୁତୟୁନିଟ ବିଜୁଳି ଖରିଦ କରିବ ଓ ୨୮୦୯୦ ନିୟୁତୟୁନିଟ ବିତରଣ କମ୍ପାନିଙ୍କୁ ବିକ୍ରି କରିବ ।