ଭୁବନେଶ୍ୱର: ପ୍ରଦୂଷଣ ରୋକିବାକୁ ରାଜ୍ୟ ତିନି ପ୍ରମୁଖ ସହରରେ ଚାଲିବ ଇଲେକ୍ଟ୍ରି ବସ୍। ଭୁବନେଶ୍ୱର, କଟକ ଓ ପୁରୀରେ ଏହି ବସ୍ ଚଳାଚଳ କରିବ। ୧୦୦ କିମି ଭିତରେ ଏହି ବସ୍ ଗୁଡ଼ିକ ଗଡ଼ିବ। ଏଥିପାଇଁ ବିଭିନ୍ନ ଷ୍ଟେକ ହୋଲଡ୍ରଙ୍କ ମଧ୍ୟରେ ଏମ୍ଓୟୁ ବଣ୍ଟନ କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ବିଜ୍ଞାନ ଓ କାରୀଗରୀ କୌଶଳ ବିଭାଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା। ରାଜ୍ୟରେ ପ୍ରଦୂଷଣ ରୋକିବା ନେଇ ରାଜ୍ୟ ସରକାର କି ପଦକ୍ଷେପ ନେଉଛନ୍ତି ବୋଲି ବିଧାନସଭାରେ ବିରୋଧୀଙ୍କ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ଏହି ସୂଚନା ରଖିଛନ୍ତି।