ହିଞ୍ଜିଳି ଓ ବିଜେପୁରରେ ନବୀନ ଆଗୁଆ

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ଓ ବିଜେପୁର ନିର୍ବାଚନ ମଣ୍ଡଳୀରେ ନବୀନ ଆଗରେ ରହିଛନ୍ତି। ୩ୟ ପର୍ଯ୍ୟାୟ ଭୋଟ୍ ଗଣତି ପରେ ହିଞ୍ଜିଳିକାଟୁରେ ନବୀନ ପଟ୍ଟନାୟକ ୫୭୦୦ ଭୋଟରେ ଆଗୁଆ ଅଛନ୍ତି। ଏହାସହ ୪ର୍ଥ ପର୍ଯ୍ୟାୟରେ ମଧ୍ୟ ବିଜେଡ଼ି ଆଗରେ ରହିଛି। ୪ର୍ଥ ପର୍ଯ୍ୟାୟ ଭୋଟ ଗଣତି ପରେ ବିଜେଡ଼ି-୧୧୪୦୮, ବିଜେପି-୩୩୬୮ ଓ କଂଗ୍ରେସ-୧୨୩୧ ଭୋଟ ପାଇଛନ୍ତି। ସେହିପରି ବିଜେପୁରରେ ମଧ୍ୟ ଏଯାବତ୍ ନବୀନ ଆଗରେ ରହିଛନ୍ତି। ଆସିକା ଲୋକସଭାରେ ବିଜେଡ଼ି ୧୦ ହଜାର ଭୋଟରେ ଆଗୁଆ ରହିଛି। ପୋଲସରା ବିଧାନସଭାରେ ମଧ୍ୟ ପ୍ରଥମ ପର୍ଯ୍ୟାୟ ଗଣତି ପରେ ବିଜେଡ଼ି ଆଗରେ ରହିଛି। ଏଠାରେ ବିଜେଡି ୨୬୬୯, ବିଜେପି ୧୪୭୪ ଓ କଂଗ୍ରେସ ୧୦୫ ଭୋଟ୍ ପାଇଛି।