ଇସ୍ତାହାର ଜାରି କଲା ବିଜେଡି

ଭୁବନେଶ୍ୱର: ବିଜୁ ଜନତା ଦଳର ନିର୍ବାଚନୀ ଇସ୍ତାହାର ମଙ୍ଗଳବାର ଉନ୍ମୋଚିତ ହୋଇଯାଇଛି। ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉନ୍ମୋଚନ କରିଛନ୍ତି। ଏହି ଅବସରରେ ନବୀନ କହିଛନ୍ତି, ଆମେ ରାଜ୍ୟବାସୀଙ୍କୁ ଯାହା ପ୍ରତିଶ୍ରୁତି ଦେଇ ଆସିଛୁ, ଠିକ ସମୟରେ ତାହା କରି ଆସିଛୁ କିନ୍ତୁ ଅନ୍ୟ ଦଳମାନେ ତାହା ପୂରଣ କରନ୍ତି ନାହିଁ। ନିର୍ବାଚନୀ ଇସ୍ତାହାର ଘୋଷଣା ବେଳେ ନବୀନ ଭାରତୀୟ ଜନତା ପାର୍ଟିକୁ ଟାର୍ଗେଟ କରିଛନ୍ତି। ନବୀନ କହିଛନ୍ତି, ବିଜେପି ନିର୍ବାଚନୀ ଇସ୍ତାହାରରେ ଯାହା ଘୋଷଣା କରେ ତାହା କରି ପାରି ନଥାଏ।

ବିଜେଡ଼ି ନିଜର ନିର୍ବାଚନୀ ଇସ୍ତାହାରରେ ମହିଳା ସଶକ୍ତିକରଣ, ଯୁବ ସଶକ୍ତିକରଣ, ଚାଷୀ ସଶକ୍ତିକରଣକୁ ଅଧକ ଗୁରୁତ୍ୱ ଦେଇଛି। ପଞ୍ଚମ ଥର ଗାଦି ଅକ୍ତିଆର କରିବା ପାଇଁ ବିଜେଡ଼ି ଆଣିଲା ଇସ୍ତାହାର ପତ୍ର । ଲଗାତାର ୧୯ ବର୍ଷ ଧରି ଗାଦି ସମ୍ଭାଳିବା ପରେ ପୁଣି ଥରେ ଶାସନ କରିବାକୁ ଦଳର ଭିଜନକୁ ଜନତାଙ୍କ ସାମ୍ନାରେ ରଖିଛନ୍ତି ବିଜେଡ଼ି ସୁପ୍ରିମୋ । ଇସ୍ତାହାର ପ୍ରକାଶ କରିବା ସହ ଜନତାଙ୍କ ସାମ୍ନାରେ ରିପୋର୍ଟ କାର୍ଡ଼ ରଖିଛି ବିଜେଡ଼ି । ଭୋଟରଙ୍କୁ ପୁଣି ଥରେ ଆକୃଷ୍ଟ କରିବା ପାଇଁ ଶାସକ ଦଳ ବିଜେଡ଼ି ଘୋଷଣା କରିଛି ଇସ୍ତାହାର ପତ୍ର । ଇସ୍ତାହାର ଉନ୍ମୋଚନ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ପ୍ରସନ୍ନ ପାଟ୍ଟଶାଣୀ, ସସ୍ମିତ ପାତ୍ର, ଅମର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

– ବିଜେଡ଼ିର ଇସ୍ତାହାର ଥିମ୍ ‘ନବୀନ ଓଡ଼ିଶା, ସଶକ୍ତ ଓଡ଼ିଶା
– ମହିଳାମାନଙ୍କର ଶସକ୍ତିକରଣ, ଚାଷୀଙ୍କ ଶସକ୍ତିକରଣ ଓ ପଛୁଆ ବର୍ଗ ଲୋକଙ୍କ ଶସକ୍ତିକରଣ ଉପରେ ବିଜେଡ଼ିର ଇସ୍ତାହାରରେ ଗୁରୁତ୍ୱ ଦିଆଯାଇଛି ।
– ଚାଷୀଙ୍କ ଉପରେ ଫୋକସ୍ କରିଛି ବିଜେଡ଼ି । କ୍ଷମତାକୁ ଆସିଲେ କାଳିଆ ଯୋଜନା ସବୁ ଦିନ ପାଇଁ ଚାଲିବ ।
– ସରକାର ଗଠନର ପ୍ରଥମ ଦିନରେ ବାକି ଥିବା ୨୫ ଲକ୍ଷ ଚାଷୀଙ୍କ ଦୁଇଟି କିସ୍ତିର ୧୦,୦୦୦ ଟଙ୍କା ଏକା ଥରକେ ପ୍ରଦାନ କରାଯିବ ।
– ୫୦ ହଜାର କୋଟି ଟଙ୍କା ଜଳସେଚନ ପାଇଁ ବ୍ୟୟ କରାଯିବ ।
– ଯୁବଗୋଷ୍ଠୀଙ୍କ ଉପରେ ଇସ୍ତାହାରରେ ଗୁରୁତ୍ୱ ଦେଇ ସମସ୍ତ କଲେଜ , ୟୁନିଭର୍ସିଟିରେ ମାଗଣାରେ ୱାଇଫାଇ ଉପଲବ୍ଧ କରାଯିବ ବୋଲି ନବୀନ ପ୍ରତିଶ୍ରୁତି ଦେଇଛନ୍ତି ।
– ଶୂନ୍ୟ ପ୍ରତିଶତ ସୁଧରେ ଶିକ୍ଷା ଋଣ ପ୍ରଦାନ କରାଯିବ
– ପଂଚାୟତ ସ୍ତରରେ ଅଧିକ ଗୋଦାମ ଗୃହ ତିଆରି କରାଯିବ ।
– କାଳିଆ ଯୋଜନା ସହ କାଳିଆ ସ୍କୋଲାରସିପ୍ ମଧ୍ୟ ଜାରି ରହିବ ।
– ପଂଚାୟତ ସ୍ତରରେ ଅଧିକ ଗୋଦାମ ଗୃହ ତିଆରି କରାଯିବ । ଧାନ ସଂଗ୍ରହ ପାଇଁ ଅଧିକ ବ୍ୟବସ୍ଥା କରାଯିବ ।
– ଜଳସେଚନ ଉପରେ ଗରୁତ୍ୱ ଦେବେ ସରକାର । ଅଧିକ ୫୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ।

-ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ପାଇଁ ୫୦୦୦ କୋଟି ଟଙ୍କା ବ୍ୟବସାୟିକ ପ୍ରକଳ୍ପ ଆରମ୍ଭ
-ଏସ୍‌ଏଚ୍‌ଜି ଗ୍ରୁପର ମହିଳାଙ୍କୁ ବିନା ସୁଧରେ ୫ ଲକ୍ଷ ଟଙ୍କା ଯାଏ ଋଣ
-କେଜି ଠାରୁ ପିଜି ପର୍ଯ୍ୟନ୍ତ ମାଗଣାରେ ଶିକ୍ଷା
-ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମହିଳାଙ୍କୁ ୭ ଲକ୍ଷରୁ ୧୦ ଲକ୍ଷ ଟଙ୍କା ଦିଆଯିବ
-ଗରୀବ ପରିବାରର ଝିଅଙ୍କୁ ବିବାହ ପାଇଁ ୨୫,୦୦୦ ଟଙ୍କା ସହାୟତା