ନିର୍ବାଚନ ପୂର୍ବରୁ ECIଙ୍କ ବଡ଼ ପଦକ୍ଷେପ; ୬ ରାଜ୍ୟର ଗୃହ ସଚିବଙ୍କୁ ମଧ୍ୟ ହଟାଇବାକୁ ନିର୍ଦ୍ଦେଶ

ନିର୍ବାଚନ ପୂର୍ବରୁ ECIଙ୍କ ବଡ଼ ଆକ୍ସନ୍। ପଶ୍ଚିମବଙ୍ଗ ଡିଜିପିଙ୍କୁ ଦାୟିତ୍ୱରୁ ଅନ୍ତର କଲେ ECI। ପଶ୍ଚିମବଙ୍ଗ ଡିଜିପି ରାଜୀବ କୁମାରଙ୍କୁ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ୬ ରାଜ୍ୟର ଗୃହ ସଚିବଙ୍କୁ ମଧ୍ୟ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଗୁଜରାଟ, ୟୁପି, ବିହାର, ଝାଡ଼ଖଣ୍ଡ, ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡ ଗୃହ ସଚିବଙ୍କୁ ବାହାର କଲେ ECI।

କେବଳ ସେତିକି ନୁହେଁ ମିଜୋରାମ ଓ ହିମାଚଳ ପ୍ରଦେଶର ପ୍ରଶାସନିକ ବିଭାଗର ସଚିବଙ୍କୁ ମଧ୍ୟ ହଟାଇ ଦିଆଯାଇଛି। ନିର୍ବାଚନ ଆୟୋଗ ବୃହାନମୁମ୍ବାଇ ନଗର ନିଗମର କମିଶନର ଇକବାଲ ଚହଲ ଓ ଅତିରିକ୍ତ କମିଶନର ଏବଂ ଡେପୁଟି କମିଶନରଙ୍କୁ ମଧ୍ୟ ହଟାଇ ଦେଇଛନ୍ତି।

ମିଜୋରାମ ଓ ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଦାୟିତ୍ୱ ତୁଲଉଥିବା ଜିଏଡି ସଚିବଙ୍କୁ ମଧ୍ୟ ବିଦା କରାଯାଇଛି। ମୁକ୍ତ, ଅବଧା ଓ ନିରପେକ୍ଷ ନିର୍ବାଚନ ପାଇଁ ନିର୍ବାଚନ ଆୟୋଗ ଏଭଳି ପଦକ୍ଷେପ ନେଇଛନ୍ତି।

ନିର୍ବାଚନ ସହ ଜଡ଼ିତ ଅଧିକାରୀଙ୍କୁ ବଦଳାଇବା ପାଇଁ ନିର୍ବାଚନ କମିଶନ ସବୁ ରାଜ୍ୟକୁ ନିର୍ଦ୍ଦେଶ ଦେଇଛନ୍ତି। ଯେଉଁମାନେ ୩ ବର୍ଷ ପୂରଣ କରିସାରିଲେଣି କିମ୍ବା ନିଜ ନିଜ ଜିଲ୍ଲାରେ ଅଛନ୍ତି ସେମାନଙ୍କୁ ବଦଳି କରିବାକୁ ଆୟୋଗ ସମସ୍ତ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।