ନଭେମ୍ବର ୨୭ରେ ଜିଲ୍ଲା ପରିଷଦ ଓ ପଞ୍ଚାୟତ ଉପ ନିର୍ବାଚନ

ଭୁବନେଶ୍ୱର:ରାଜ୍ୟରେ ବିଭିନ୍ନ ଜନ ପ୍ରତିନିଧି ପଦବୀ ପୂରଣ ପାଇଁ ଆସନ୍ତା ନଭେମ୍ବର ୨୭ ତାରିଖରେ ଉପ ନିର୍ବାଚନ ଅନୁଷ୍ଠିତ ହେବ । ଏଥିପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟରେ ବିଭିନ୍ନ କାରଣରୁ ୪ ଜିଲ୍ଲା ପରିଷଦ, ସମେତ ଟି ପଦବୀ ଖାଲି ପଡ଼ିଛି । ଛତ୍ରପୁର, ଦାନଗଦି, ପଟାଙ୍ଗୀ ଓ ଦଶମନ୍ତପୁର ଜିଲ୍ଲା ପରିଷଦ ଆସନ ପାଇଁ ଉପ ନିର୍ବାଚନ ହେବ । 

ରାଜ୍ୟରେ ନଭେମ୍ବର ୨୭ରେ ପଞ୍ଚାୟତ ଉପନିର୍ବାଚନ ହେବ । ଛତ୍ରପୁର, ଦାନଗଦି, ପଟାଙ୍ଗୀ ଓ ଦଶମନ୍ତପୁର ଜିଲ୍ଲା ପରିଷଦ, ୧୭ଟି ସରପଞ୍ଚ, ୨୧ଟି ସମତି ସଭ୍ୟ ଏବଂ ୩୦୩ ୱାର୍ଡମେମ୍ବର ପଦବୀ ପାଇଁ ନିର୍ବାଚନ ହେବ । ଏଥିପାଇଁ ଅକ୍ଟୋବର ୨୯ରେ ଗେଜେଟ୍‌ ବିଜ୍ଞପ୍ତି ପ୍ରକାଶ ପାଇବ । ଅକ୍ଟୋବର ୩୧ରୁ ନଭେମ୍ବର ୨ ଯାଏ ନାମାଙ୍କନ ଦାଖଲ ପ୍ରକ୍ରିୟା ଚାଲିବ । ନଭେମ୍ବର ୭ ସୁଦ୍ଧା ନାମାଙ୍କନ ପ୍ରତ୍ୟାହାର ଓ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ନଭେମ୍ବର ୨୭ ସକାଳ ୭ଟାରୁ ମଧ୍ୟାହ୍ନ ୧୨ଟା ଯାଏ ଭୋଟ୍‌ ଗ୍ରହଣ କରାଯିବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି ।