ବଡ଼ଭାଇଙ୍କ ଟାଙ୍ଗିଆ ଚୋଟରେ ସାନଭାଇ ମୃତ

ହରିଚନ୍ଦନପୁର: ମଙ୍ଗଳବାର ସନ୍ଧ୍ୟା ବେଳେ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍‌ ଅନ୍ତର୍ଗତ ରେବଣା ଗ୍ରାମରେ ଘର ତିଆରି କଥାରେ ଜଣେ ବଡ଼ଭାଇ ତା’ର ସାନଭାଇକୁ ଟାଙ୍ଗିଆରେ ହାଣି ହତ୍ୟା କରିଛି।ଟାଙ୍ଗିଆ ଚୋଟରେ ନିହତ ସାନଭାଇ ହେଉଛି ୧୬ ବର୍ଷିୟ କରମା...

ହରିଚନ୍ଦନପୁର: ମଙ୍ଗଳବାର ସନ୍ଧ୍ୟା ବେଳେ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍‌ ଅନ୍ତର୍ଗତ ରେବଣା ଗ୍ରାମରେ ଘର ତିଆରି କଥାରେ ଜଣେ ବଡ଼ଭାଇ ତା’ର ସାନଭାଇକୁ ଟାଙ୍ଗିଆରେ ହାଣି ହତ୍ୟା କରିଛି।ଟାଙ୍ଗିଆ ଚୋଟରେ ନିହତ ସାନଭାଇ ହେଉଛି ୧୬ ବର୍ଷିୟ କରମା ମୁର୍ମୁ।

ଗତ ସନ୍ଧ୍ୟାରେ ୨୪ ବର୍ଷିୟ ବଡ଼ଭାଇ ରେପା ମୁର୍ମୁ ଧାନ ଜଗିବାକୁ ବାହାରିଥିବା ବେଳେ ସାନଭାଇ କରମା ତାକୁ ଘର ତିଆରି କରାଯିବା ନିମନ୍ତେ ଟଙ୍କା ମାଗିଲା। ଏଥିରେ ରାଗି ଯାଇ ରେପା ଗୋଟାଏ ଟାଙ୍ଗିଆରେ କରମାକୁ ହାଣି ପକାଇବାରୁ ଘଟଣାସ୍ଥଳରେ ତା’ର ମୃତ୍ୟୁ ଘଟିଥିଲା।

ଖବର ପାଇ ଆଜି ସକାଳେ ଦଇତାରି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆତତାୟୀ ରେପାକୁ ଗିରଫ କରିଛି । ବ୍ୟବଚ୍ଛେଦ ନିମନ୍ତେ କରମାର ଶବକୁ ଆନନ୍ଦପୁର ଡାକ୍ତରଖାନାକୁ ପଠାଇବା ନିମନ୍ତେ ବ୍ୟବସ୍ଥା କରାଯାଉଛି।

Spread the love
Categories
କ୍ରାଇମ

RELATED BY

  • ଦୁଇ ନାବାଳିକାଙ୍କ ସହ ଦୁଷ୍କର୍ମ ଅଭିଯୋଗ, ୨ ଅଭିଯୁକ୍ତ ଗିରଫ

    ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପାଟପୁର ଥାନା ଅଞ୍ଚଳରେ ୨ଜଣ ନାବାଳିକାଙ୍କ ସହ ଦୁଷ୍କର୍ମର ଅଭିଯୋଗ ଆସିଛି। ଏହି ଘଟଣାରେ ପୁଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତ୍ରରେ ପାଟପୁର ଥାନା...
  • ଗୁଣିଗାରେଡି ସନ୍ଦେହରେ ହତ୍ୟା

    ମୋହନା : ଅନ୍ଧବିଶ୍ୱାସର ଅନ୍ଧ ଗଳିରେ ପୁଣି ଗଡ଼ିଲା ମୁଣ୍ଡ। ଗୁଣିଗାରେଡ଼ି ସନ୍ଦେହରେ ଅତି ନିର୍ମମ ଭାବେ ଜଣେ ବୃଦ୍ଧଙ୍କ ମୁଣ୍ଡକୁ ଅଲଗା କରି ଦିଆଯାଇଛି। ଏପରି ନୃଶଂସ କାଣ୍ଡ ଗଜପତି ଜିଲ୍ଲା ମୋହନା ଥାନା ଭାଲିଆସାହି ଗାଁରେ ଗତ...
  • ଭଣଜା ଟାଙ୍ଗିଆ ଚୋଟରେ ମାଇଁ ମୃତ

    ଆନନ୍ଦପୁର: ଗୁଣି ଗାରେଡ଼ି ସନ୍ଦେହରେ ପୁଣି ଗଡ଼ିଛି ମୁଣ୍ଡ। ଏଥର ଏପରି ନୃଶଂସ କାଣ୍ଡ ଘଟିଛି କେନ୍ଦୁଝର ଜିଲ୍ଲାରେ। ଆନନ୍ଦପୁର ବ୍ଲକ୍‌ କନ୍ତଳା ଗାଁରେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇଥିବା ଭଣଜାର ଟାଙ୍ଗିଆ ଚୋଟରେ ମାଇଁର ମୃତ୍ୟୁ ଘଟିଛି। ମୃତା ମହିଳା ହେଲେ...
  • ୪ ଭାଇଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ; ୨ ମୃତ, ୨ ଗୁରୁତର

    ସମ୍ବଲପୁର:ସମ୍ବଲପୁର ଜିଲ୍ଲା ଯୁଯୁମରା ଥାନା ଅନ୍ତର୍ଗତ ଭଣ୍ଡାରୀମାଳ ଗାଁରେ ହୋଇଛି ଦୁଇ ଦୁଇଟି ହତ୍ୟାକାଣ୍ଡ । ଗାଁରେ ଚାରି ଜଣ ଭାଇଙ୍କୁ ଗୋଡ଼ାଇ ଗୋଡ଼ାଇ ହଣାଯାଇଛି । ଏଥିରେ ଦୁଇ ଭାଇଙ୍କ ମୃତ୍ୟୁ ହୋଇଥିବାବେଳେ ଆଉ ଦୁଇ ଭାଇ ଆହତ...