ହକି ଖେଳାଳୀ ନମିତା ଟୋପ୍ପୋଙ୍କୁ ୨୮ତମ ଏକଲବ୍ୟ ପୁରସ୍କାର

ଭୁବନେଶ୍ୱର : ଶ୍ରେଷ୍ଠ କ୍ରୀଡା ପଦର୍ଶନ ପାଇଁ ପ୍ରତି ବର୍ଷ ଇମ୍ଫା ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ପ୍ରଦାନ କରାଯାଉଥିବା ମର୍ଯ୍ୟାଦାଜନକ ‘ଏକଲବ୍ୟ ପୁରସ୍କାର’ ଚଳିତ ବର୍ଷ ହକି ଖେଳାଳୀ ନମିତା ଟୋପ୍ପୋଙ୍କୁ ପ୍ରଦାନ କରାଯାଇଛି । ଏପ୍ରିଲ୍ ୧ ତାରିଖ ୨୦୧୮ ରୁ ମାର୍ଚ୍ଚ ୩୧ ତାରିଖ ୨୦୨୦ ମଧ୍ୟରେ ଉଭୟ ଜାତୀୟ ଓ ଆର୍ନ୍ତଜାତୀୟସ୍ତରରେ ତାଙ୍କ କ୍ରୀଡା ପ୍ରଦର୍ଶନ ପାଇଁ ସେ ଏହି ସମ୍ମାନ ଲାଭ କରିଛନ୍ତି । କରୋନାଜନିତ କଟକଣାକୁ ଗୁରୁତ୍ୱ ଦେଇ ଏକ ନିରାଡ଼ମ୍ବର ଓ ସଂକ୍ଷିପ୍ତ ସମାବେଶରେ ନମିତା ଟୋପ୍ପୋଙ୍କୁ ସମ୍ମାନପତ୍ର, ଫଳକ ସହିତ ପାଞ୍ଝଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଅଛି । ଏହି ଅବସରରେ ଉଦୀୟମାନ ଭାରୋତଳନକାରୀ ସ୍ନେହା ସୋରେନ ଓ ବ୍ୟାଡମିଣ୍ଟନ୍ ଖେଳାଳୀ ୠତପର୍ଣ୍ଣା ପଣ୍ଡା ଉଭୟଙ୍କୁ ମାନପତ୍ର ସହ ପ∙ଶ ହଜାର ଟଙ୍କାର ଚେକ୍ ପ୍ରଦାନ କରାଯାଇଅଛି । ଇଣ୍ଟରନେଟ୍ ମାଧ୍ୟମରେ କାର୍ଯ୍ୟକ୍ରମରେ ଯୋଗଦେଇ \”ଇମ୍ପାକ୍ଟ\’ର ଟ୍ରଷ୍ଟି ତଥା ଲୋକସଭାର ପୁର୍ବତନ ସାଂସଦ ଶ୍ରୀ ବୈଜୟନ୍ତ ପଣ୍ଡା ୨୮ତମ ଏକଲବ୍ୟ ପୁରସ୍କାର ବିଜେତା ନମିତା ଟୋପ୍ପୋ ଓ ମାନପତ୍ର
ବିଜେତା ସ୍ନେହା ସୋରେନ ଓ ୠତପର୍ଣ୍ଣା ପଣ୍ଡାଙ୍କୁ ଅଭିନନ୍ଦନ ଜଣାଇବା ସହ ଭବିଷ୍ୟତରେ ଅଧିକ ସଫଳତାର କାମନା କରିଥିଲେ । ସେ କହିଥିଲେ ଯେ ଓଡିଶାର କ୍ରୀଡାବିତ୍‌ମାନଙ୍କୁ ପ୍ରୋତ୍ସାହନ ଦେବାର ଏହି ଦୀର୍ଘଯାତ୍ରା ଆଗକୁ ମଧ୍ୟ ଜାରି ରହିବ ।


ଭାରତର ପ୍ରମୁଖ ଫେରୋ ଆଲଏଜ୍ ଊତ୍ପାଦନକାରୀ କମ୍ପାନୀ ଇମ୍ଫା ଦ୍ୱାରା ପରି∙ଳିତ \”ଇଣ୍ଡିଆନ୍ ମେଟାଲସ୍ ପବ୍ଳିକ୍ ∙ରିଟେବଲ୍ ଟ୍ରଷ୍ଟ୍ (ଇମ୍ପାକ୍ଟ)\’ ଦ୍ୱାରା ୧୯୯୩ ମସିହାରେ ଏକଲବ୍ୟ ପୁରସ୍କାର ପ୍ରତିଷ୍ଠା କରାଯାଇଥିଲା । ଜାତୀୟସ୍ତରର ବହୁ ପୁରସ୍କାର ସମାନ୍ତରାଳରେ ଏବେ ଏହା ଓଡିଶାର ସବୁଠାରୁ ମର୍ଯ୍ୟାଦାଜନକ କ୍ରୀଡା ସମ୍ମାନ ରୂପେ ପ୍ରଖ୍ୟାତ । କ୍ରୀଡା କ୍ଷେତ୍ରରେ ବିଗତ ଦୁଇ ବର୍ଷ ମଧ୍ୟରେ ଉଲ୍ଲେଖନୀୟ ପ୍ରଦର୍ଶନ ନିମନ୍ତେ ଯୁବ ଓଡିଆ କ୍ରୀଡାବିତ୍‌ମାନଙ୍କୁ ପ୍ରତିବର୍ଷ ଏହି ପୁରସ୍କାର ପ୍ରଦାନ କରାଯାଏ । ବହୁ ଏକଲବ୍ୟ ପୁରସ୍କାର ବିଜେତା ମାନଙ୍କୁ ସମୀକ୍ଷା କରିଦେଖାଯାଇଛି ଯେ ଏହି ପୁରସ୍କାର ସେମାନଙ୍କ ଆତ୍ମପ୍ରତ୍ୟୟ ବୃଦ୍ଧିରେ ବେଶ୍ ସହାୟକ ସାବ୍ୟସ୍ତ
ହୋଇଛି ।