କାନପୁର: ଅପରାଧୀଙ୍କ ଗୁଳିରେ ୮ ପୁଲିସ କର୍ମଚାରୀ ସହିଦ ‌

କାନପୁର : ମୋଷ୍ଟୱାଣ୍ଟେଡ୍‌ ଅପରାଧୀକୁ ଧରିବାକୁ ଯାଇଥିବା ବେଳେ ଅପରାଧୀଙ୍କ ଗୁଳିରେ ୮ ପୁଲିସ ସହିଦ। ଅନ୍ୟ ୭ ଜଣ ଗୁରୁତର ଭାବେ ଆହତ ହୋଇ ମେଡିକାଲରେ ଭର୍ତ୍ତି। ଉତ୍ତରପ୍ରଦେଶର କାନପୁର ଧୌବେଦପୁର ଥାନା ଅନ୍ତର୍ଗତ ବେକରୁ ଗାଁ ନିକଟରେ ଘଟିଛି ଏହି ଅଘଟଣ।

ମିଳିଥିବା ସୂଚନାନୁଯାୟୀ, ଉତ୍ତରପ୍ରଦେଶ ପୁଲିସର ଏକ ଟିମ୍‌ ମୋଷ୍ଟ ୱାଣ୍ଟେଡ୍‌ ଅପରାଧୀକୁ ଧରିବାକୁ ଯାଇଥିବା ବେଳେ ଅପରାଧୀଙ୍କ ପାଲଟା ଗୁଳିମାଡରେ ୮ ପୁଲିସ କର୍ମଚାରୀ ସହିଦ ହୋଇଛନ୍ତି। ସହିଦଙ୍କ ମଧ୍ୟରେ କାନପୁର ଡେପୁଟି ଏସ୍‌ପି ଦେବେନ୍ଦ୍ର ମିଶ୍ର ରହିଛନ୍ତି। ଏଥିସହିତ ଅନ୍ୟ ୭ ଜଣ ପୁଲିସ କର୍ମଚାରୀ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। କାନପୁର ଧୌବେପୁର ଥାନା ଅନ୍ତର୍ଗତ ବେକରୁ ଗାଁ ନିକଟରେ ଏହି ଅଘଟଣ ଘଟିଛି। ମୋଷ୍ଟ ୱାଣ୍ଟେଡ୍‌ ଅପରାଧୀ ବିକାଶ ଦୁବେ ଓ ତାର ୧୦ଜଣ ସହଯୋଗୀ ଏହି ଅଘଟଣ ଘଟାଇବା ପରେ ଘଟଣାସ୍ଥଳରୁ ପୁଲିସଠାରୁ ଅସ୍ତ୍ରଶସ୍ତ୍ର ଲୁଟିନେଇ ଫେରାର ହୋଇଯାଇଛନ୍ତି। ଖବରପାଇ ଫ‌େରେନ୍‌ସିକ୍‌ ଟିମ୍‌ ଓ ପୁଲିସ ଫୋର୍ସ ସହ ଘଟଣାସ୍ଥଳରେ ଏସ୍‌ଏସ୍‌ପି ଏବଂ ଆଇଜି ପହଞ୍ଚିଥିବା ସୂଚନା ମିଳିଛି। ଏଥିସହିତ ଅପରାଧୀଙ୍କୁ ଧରିବାକୁ ଖାନ୍‌ତାଲାସି ଜାରି ରହିଛି।