୮ ନକ୍ସଲଙ୍କ ଆତ୍ମସମର୍ପଣ

ମାଲକାନଗିରି: ଆଜି ମାଲକାନଗିରି ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ୭ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି ।

ସୂଚନାଯୋଗ୍ୟ, ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ଏସ୍‌. ପି. ଋଷିକେଶ ଖିଲାରୀ, ବିଏସ୍‌ଏଫ୍‌ କମାଣ୍ଡାଣ୍ଡ୍‌ ଏ. କେ. ଆର୍ଯ୍ୟଙ୍କ ସମ୍ମୁଖରେ ଦୁର୍ଦ୍ଦାନ୍ତ ନକ୍ସଲ୍‌ବାଦୀ ସାମ୍ବା ଖାରା ଓରଫ ରଣଦେବ ଓରଫ ଦେବା ଆତ୍ମସମର୍ପଣ କରିଛି। ପାର୍ଟି ମେମ୍ବର ପାହ୍ୟାର ସାମ୍ବାର ଘର ମାଲକାନଗିରି ଜିଲ୍ଲାର ଲୁଚ୍ଛାପାଣି ଗ୍ରାମରେ। ୨୦୧୮ରୁ ଅଦ୍ୟାବଧି ଏକାଧିକ ଆଇଇଡି ବିସ୍ଫୋରଣ, ଗୁଳିବିନିମୟ, ନରହତ୍ୟା ଆଦି ମାମଲାରେ ସେ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି।

ସେହିଭଳି ମଧ୍ୟାହ୍ନ ୧୨ଟାରେ ମଧ୍ୟ ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ଅନ୍ୟ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଆଉ ୭ଜଣ ନକ୍ସଲବାଦୀ ଆତ୍ମସମର୍ପଣ କରିଛନ୍ତି। ସ୍ୱାଭିମାନ ଅଂଚଳର ଏହି ନକ୍ସଲ୍‌ମାନେ ହେଉଛନ୍ତି ଭାସ୍କର ଖିଲ୍ଲା ଓରଫ ବାସୁ, ଯୋଗୀ ଖାରା ଓରଫ ଯୋଗିଆ, ତ୍ରିନାଥ ଖିଲ୍ଲା, ରାଧବ ଖିଲ୍ଲା, ଖାତ୍ରୁ ହନ୍ତାଳ, ରଘୁରାମ ହନ୍ତାଳ ଓରଫ ଚିଙ୍ଗୁଡୁ ଏବଂ ନିନ୍ଦୁ ପାଙ୍ଗି।

ଏହି କାର୍ଯ୍ୟକ୍ରମରେ ଏସ୍‌. ପି. ଋଷିକେଶ ଖିଲାରୀ, ବିଏସ୍‌ଏଫ୍‌ କମାଣ୍ଡାଣ୍ଡ୍‌ ଏ. କେ. ଆର୍ଯ୍ୟ ମଧ୍ୟ ଉପସ୍ଥିତ ଥିଲେ। ଜିଲ୍ଲା ପୋଲିସ କାର୍ଯ୍ୟାଳୟର ତରଫରୁ ଆଜି ଏ ସଂକ୍ରାନ୍ତରେ ଏକ ପ୍ରେସ୍‌ ନୋଟ୍‌ ପ୍ରକାଶିତ ହୋଇଛି।