ଭାଇଚାରାର ପର୍ବ ବକ୍ରି ଇଦ୍‌: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଇସଲାମ ଧର୍ମରେ ପ୍ରତ୍ୟେକ ବର୍ଷ ୨ଟି ଇଦ ପାଳନ କରାଯାଏ। ଗୋଟିଏ ଇଦ- ଉଲ- ଫିତ୍ର ଓ ଅନ୍ୟଟି ଇଦ-ଉଲ- ଅଜହା ଅର୍ଥାତ ବକ୍ରି ଇଦ୍‌। ଆଜି ସମଗ୍ର ଦେଶ ପାଳନ କରୁଛି ବକ୍ରି ଇଦ୍ ଉତ୍ସବ। ଦେଶରେ କୋରୋନା ସଙ୍କଟ କାରଣରୁ ଏହାକୁ ପୂର୍ବ ବର୍ଷ ପରି ବେଶ ଧୁମଧାମରେ ପାଳନ ହୋଇପାରୁନାହିଁ। ହେଲେ ଏହି ଭାଇଚାରାର ପର୍ବକୁ ସମସ୍ତେ ଖୁସିରେ ମନାଉଛନ୍ତି।

ବକ୍ରି ଇଦ୍‌ ଛେଳି , ଓଟ ଆଦିର ବଳି ଦିଆଯାଇଥାଏ। ବକ୍ରିଦ, ଇଦ-ଉଲ-ଫିତ୍ରର ୭୦ ଦିନପରେ ଆସିଥାଏ। ପବିତ୍ର ବକ୍ରିଦ୍ ଅବସରରେ ରାଜ୍ୟର ସବୁ ମସଜିଦ୍ ଓ ଦରଘାରେ ସମୁହ ନମାଜ ପାଠ ସହ ଜମୁଛି ଭିଡ। ମୁସଲିମ୍ ଧର୍ମାବଲମ୍ବୀ ପରସ୍ପରକୁ ବ୍ରକିଦ ମୁବାରକ ଜଣାଇଛନ୍ତି । ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ସମସ୍ତେ ଏହି ପର୍ବ ପାଇଁ ମୁସଲିମ ଭାଇ ଓ ଭଉଣୀଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି।

eid-mubarak-greetings-on-eid-al-adha-form-president-to-pm-modi

”ଇଦ୍ ମୁବାରକ! ଇଦ୍ ଜୁହା ବଳିଦାନ ଏବଂ ବନ୍ଧୁତ୍ୱର ଆତ୍ମାକୁ ପ୍ରତୀକ କରେ ଯାହା ଆମକୁ ସମସ୍ତଙ୍କ ମଙ୍ଗଳ ପାଇଁ କାର୍ଯ୍ୟ କରିବାକୁ ପ୍ରେରଣା ଦିଏ । ଏହି ଅବସରରେ, ଆସନ୍ତୁ ଆମର ଖୁସିକୁ ଅସହାୟ ଲୋକଙ୍କ ସହ ବାଣ୍ଟିବା ଏବଂ କୋଭିଡ୍ ୧୯ ବିସ୍ତାର ଧାରଣ କରିବା ପାଇଁ ସାମାଜିକ ଦୂରତା ନିୟମ ଏବଂ ନିର୍ଦ୍ଦେଶାବଳୀ ଅନୁସରଣ କରିବା ବୋଲି ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଟୁଇଟ କରି କହିଛନ୍ତି।’

ସେହିପରି ପ୍ରଧାନମନ୍ତ୍ରୀ ମଧ୍ୟ ଟୁଇଟ କରି ଶୁଭେଚ୍ଛା ଜଣାଇଛନ୍ତି, ଇଦ୍ ମୁବାରକ! ଇଦ୍-ଅଦା ଉପରେ ଶୁଭେଚ୍ଛା । ଏହି ଦିନ ଆମକୁ ଏକ ନ୍ୟାୟପୂର୍ଣ୍ଣ, ସୁସଂଗତ ଏବଂ ଅନ୍ତର୍ଭୂକ୍ତ ସମାଜ ଗଠନ ପାଇଁ ପ୍ରେରଣା ଦିଅନ୍ତୁ । ଭାଇଚାରା ଏବଂ କରୁଣାର ଆତ୍ମା ଆଗକୁ ନେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।”