ଇଜିପ୍ଟ କାର ବିସ୍ଫୋରଣ: ୧୯ ମୃତ, ୩୨ ଆହତ

ଇଜିପ୍ଟ: ଦ୍ରୁତଗତି ମହାବିପତ୍ତି । ଏହାସହ ଟ୍ରାଫିକ ନିୟମ ଉଲ୍ଲଙ୍ଘନ କରିବା ପଡିଛି ମହଙ୍ଗା । ଯାହାଫଳରେ କାର ବିସ୍ଫୋରଣ ଘଟି୧୯ ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ଏହି ଅଘଟଣଟି ଇଜିପ୍ଟର ଜାତୀୟ କ୍ୟାନସର ଇନଷ୍ଟିଚ୍ୟୁଟ ସେଣ୍ଟ୍ରାଲ କାରିଓରେ ଘଟିଛି । ଏହି ବିସ୍ଫୋରଣ ନେଇ ଇଜିପ୍ଟ ସ୍ବାସ୍ଥ୍ୟମନ୍ତ୍ରୀ ସୋମବାର ସକାଳେ ସୂଚନା ଦେଇଛନ୍ତି ।ଖବର ଅନୁଯାୟୀ, ଏକ କାର ଟ୍ରାଫିକ ନିୟମ ଭାଙ୍ଗି ଯାଉଥିବାବେଳେ ବିପରୀତ ଦିଗରୁ ଆସୁଥିବା ୩ଟି କାର ସହ ଧକ୍କା ହୋଇଥିଲା । ଯାହାଫଳରେ ଘଟଣାସ୍ଥଳରେ ବିସ୍ଫୋରଣ ସୃଷ୍ଟି ହୋଇଥିବ ଇଜିପ୍ଟର ସ୍ବାସ୍ଥ୍ୟ ମନ୍ତ୍ରୀ ବିବୃତି ଦେଇଛନ୍ତି । ଦୁର୍ଘଟଣାରେ ଆହତ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଘଟଣାସ୍ଥଳରେ ଇଜିପ୍ଟର ପବ୍ଲିକ ପ୍ରୋସିକ୍ୟୁଟର ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । କିନ୍ତୁ ବର୍ତ୍ତମାନ ସୁଦ୍ଧା ଏହି ବିସ୍ଫୋରଣ ଏକ ଆକ୍ରମଣ ବୋଲି କୌଣସି ସୂଚନା ମିଳିନାହିଁ ।