ଜିଲ୍ଲାପଳଙ୍କ ଅଫିସ ଉପରକୁ ଅଣ୍ଡା ଓ ଟମାଟୋ ମାଡ଼

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲାପଳଙ୍କ ଅଫିସ ଉପରକୁ ଅଣ୍ଡା ଓ ଟମାଟୋ ମାଡ଼ । ଢେଙ୍କାନାଳରେ ଟ୍ରାଫିକ ସମସ୍ୟା ଓ ରୋଗ ସେବା ବିପର୍ଯ୍ୟସ୍ତକୁ ବିରୋଧ କରି ଜିଲ୍ଲା ଓକିଲ ସଂଘ ପକ୍ଷରୁ ଅଣ୍ଡା ମାଡ କରାଯାଇଛି । ଜିଲ୍ଲାରେ ଦିନକୁ ଦିନ ଟ୍ରାଫିସ ସମସ୍ୟା ବଢୁଥିବା ବେଳେ ସିଡିଏମଓଙ୍କ ମନମାନୀ ଯୋଗୁଁ ରୋଗୀ ସେବା ବି ସମ୍ପୂର୍ଣ୍ଣ ବାଧପ୍ରାପ୍ତ ହୋଇଛି । କିନ୍ତୁ ଏ ଦିଗରେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନି । ତେଣୁ ଜିଲ୍ଲାପାଳଙ୍କ ଭୂମିକାକୁ ନେଇ ଜିଲ୍ଲା ଓକିଲ ସଂଘ ପକ୍ଷରୁ ତୀବ୍ର ଅସନ୍ତୋଷ ଦେଖାଦେଇଛି । ପ୍ରତିବାଦରେ ଆଜି ଜିଲ୍ଲାପାଳ ଅଫିସ ଘେରାଉ କରିବା ସହ ଅଣ୍ଡା- ଟମାଟୋ ମାଡ କରିଛି ଜିଲ୍ଲା ଓକିଲ ସଂଘ