ରାଜ୍ୟକୁ ଏକ ନମ୍ବର କରିବାକୁ ପ୍ରୟାସ କରାଯିବ: ମୋହନ ମାଝୀ

ମୁଖ୍ୟମନ୍ତ୍ରୀ ଭାବେ ନାମ ଘୋଷଣା ପରେ ରଖିଲେ ପ୍ରତିକ୍ରିୟା

ବିଜେପି ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ମୋହନ ମାଝୀଙ୍କ ଉପରେ ଲଗାଇଲା ମୋହର । ଏହା ପରେ ମୋହନ ମାଝୀ ନିଜର ପ୍ରତିକ୍ରିୟାରେ କହିଛନ୍ତି, ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ମୋର ପ୍ରଣାମ । ମହାପ୍ରଭୁଙ୍କ ଆଶୀର୍ବାଦରେ ଓଡିଶାରେ ବିଜେପି ସରକାର ଗଠନ କରିଛି । ରାଜ୍ୟକୁ ଏକ ନମ୍ବର କରିବାକୁ ପ୍ରୟାସ କରାଯିବ । ଓଡିଶାର ସାଢେ ୪ କୋଟି ଜନତା ଆମ ଉପରେ ଭରସା କରିଥିବାରୁ ତାଙ୍କୁ ମଧ୍ୟ ଧନ୍ୟବାଦ । ଆଜି ବିଜେପି ବିଧାୟକ ଦଳର ବୈଠକରେ ମୋହନ ମାଝୀଙ୍କୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛି ବିଜେପି । ସେହିପରି କେଭି ସିଂ ଦେଓ ଓ ପ୍ରଭାତି ପରିଡାଙ୍କୁ ଉପ ମୁଖ୍ୟମନ୍ତ୍ରୀ କରାଯାଇଛି ।