ଓସଡମାର ସଫଳତା : ଓଡିଶାରେ ବଜ୍ରପାତ ଜନିତ ମୃତ୍ୟୁ ସଂଖ୍ୟା ୩୧ପ୍ରତିଶତ କମିଲା

ପ୍ରାକ ସତର୍କ ସୂଚନା ଫଳରେ ଓଡିଶାରେ ବଜ୍ରପାତ ଜନିତ ମୃତ୍ୟୁ ସଂଖ୍ୟା ରେକଡ ସଂଖ୍ୟାରେ କମିଛି ଭୁହନେଶ୍ୱର : ବିଜୁଳି ଏବଂ ବଜ୍ରପାତ ସଂପର୍କରେ ଲୋକଙ୍କୁ ପ୍ରାକ ସୂଚନା ଦିଆଯିବା ଫଳରେ ଓଡିଶାରେ ବଜ୍ରପାତ ଜନିତ ୩୧% କମାଇବାରେ ରାଜ୍ୟ...

ପ୍ରାକ ସତର୍କ ସୂଚନା ଫଳରେ ଓଡିଶାରେ ବଜ୍ରପାତ ଜନିତ ମୃତ୍ୟୁ ସଂଖ୍ୟା ରେକଡ ସଂଖ୍ୟାରେ କମିଛି

ଭୁହନେଶ୍ୱର : ବିଜୁଳି ଏବଂ ବଜ୍ରପାତ ସଂପର୍କରେ ଲୋକଙ୍କୁ ପ୍ରାକ ସୂଚନା ଦିଆଯିବା ଫଳରେ ଓଡିଶାରେ ବଜ୍ରପାତ ଜନିତ ୩୧% କମାଇବାରେ ରାଜ୍ୟ ସରକାର ସଫଳ ହୋଇଛନ୍ତି । ୨୦୧୫-୧୬ରେ ବଜ୍ରପାତ ଜନିତ ମୃତ୍ୟୁ ସଂଖ୍ୟା ୪୦୧ଥିବା ବେଳେ ୨୦୧୬-୧୭ରେ ମଧ୍ୟ ସମାନ ସଂଖ୍ୟାରେ ପ୍ରାଣହାନୀ ହୋଇଥିଲା । ୨୦୧୭-୧୮ରେ ବଜ୍ରପାତ ଜନିତ ମୃତ୍ୟୁ ସଂଖ୍ୟା ବଢି ୪୬୫ ଛୁଇଁଥିଲା । ତେବେ ୨୦୧୮-୧୯ରେତ୍ତଅତ୍ୟନ୍ତ ସନ୍ତୋଷଜନକ ଭାବରେ ଏହି ସଂଖ୍ୟା ୩୧ପ୍ରତିଶତ କମି ୩୨୦ରେ ସୀମିତ ରହିଛି ।

( ଫାଇଲ ଫଟୋ )

ଷ୍ଟେଟ ରିଲିଫ୍୍ ଅର୍ଗାନାଇଜେନ୍ ଏବଂ ଓଡିଶା ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ବା ଓସ୍୍ଡମା, ରାଜ୍ୟରେ ବଜ୍ରପାତ ଜନିତ ମୃତ୍ୟୁ ସଂଖ୍ୟା ହ୍ରାସ କରିବା ଦିଗରେ ଅନେକ ପଦକ୍ଷେପ ନେଇଛନ୍ତି । ବଜ୍ରପାତର ବିପଦ ଏବଂ ଏଥିରୁ ବଂଚିବା ଲାଗି କିଭଳି ଆବଶ୍ୟକ ପଦକ୍ଷେପ ନିଆଯିବ ସେନେଇ ଲୋକଙ୍କ ଭିତରେ ସଚେତନତା ବଢାଇବା ପାଇଁ ସ୍ୱତନ୍ତ୍ର ଅଭିଯାନ କରାଯାଇଛି । ରାଜ୍ୟର ସବୁ ଗାଁ ଏବଂ ସ୍କୁଲରେ ସଚେତନତା ପୋଷ୍ଟର ଲଗାଯିବା ସହ ସ୍କୁଲ ଏବଂ ଗୋଷ୍ଠୀ ସ୍ତରରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରାଯାଇଛି । ଅଧିକରୁ ଅଧିକ ଲୋକଙ୍କ ପାଖରେ ସଚେତନତା ବାର୍ତା ପହଂଚାଇବା ପାଇଁ ଗଣମାଧ୍ୟମ ଏବଂ ସୋସିଆଲ ମିଡିଆର ଉପଯୋଗ କରାଯାଇଛି ।

ଆମେରିକାର ଆର୍ଥ ନେଟଓର୍କ ସହ ସ୍ୱତନ୍ତ୍ର ରିଲିଫ କମିଶନର ତଥା ଓସ୍୍ଡମାର ପରିଚାଳନା ନିର୍ଦ୍ଦେଶକଙ୍କ ମଧ୍ୟରେ ଏକ ଚୁକ୍ତିପତ୍ର ସ୍ୱାକ୍ଷରିତ
( ଫାଇଲ ଫଟୋ )

ବଜ୍ରପାତ ସଂପର୍କରେ ଆଗୁଆ ସୂଚନା ପାଇବା ଲାଗି ଆମେରିକାର ଆର୍ଥ ନେଟଓର୍କ ସହ ସ୍ୱତନ୍ତ୍ର ରିଲିଫ କମିଶନର ତଥା ଓସ୍୍ଡମାର ପରିଚାଳନା ନିର୍ଦ୍ଦେଶକଙ୍କ ମଧ୍ୟରେ ଏକ ଚୁକ୍ତିପତ୍ର ସ୍ୱାକ୍ଷରିତ ହୋଇଛି । ଏହାର ଉଦ୍ଦେଶ୍ୟ, ଲୋକଙ୍କୁ ବଜ୍ରପାତ ସଂପର୍କରେ ପ୍ରାକ୍ ସୂଚନା ଦେଇ ସତର୍କ କରିବା ଯାହା ଫଳରେ ସେମାନେ ବିପଦରୁ ବଂଚିବା ଲାଗି ଆଗୁଆ ପଦକ୍ଷେପ ନେବା ସହ ନିଜରୁ ସୁରକ୍ଷିତ ରଖିପାରିବେ । ଆର୍ଥ ନେଟଓର୍କ ରାଜ୍ୟରେ ୬ଟି ବିଜୁଳି ସେନସର୍ ବସାଇ ଓସଡମାକୁ ସମ୍ଭାବ୍ୟ ବଜ୍ରପାତ ସଂପର୍କରେ ନିୟମିତ ଭାବରେ ଦେଉଛି । ବଜ୍ରପାତର ୩୦ରୁ ୪୦ମିନିଟ ଆଗରୁ ସୂଚନା ଦେବା ସହ କେଉଁ ଅଂଚଳରେ ଏହା ଆଘାତ କରିପାରେ ସେନେଇ ସମ୍ଭାବ୍ୟ ମ୍ୟାପ ମଧ୍ୟ ଦେଉଛି । ଆର୍ଥ ନେଟଓର୍କଠାରୁ ତଥ୍ୟ ସମ୍ବଳିତ ମ୍ୟାପ ପାଇବା ମାତ୍ରେ ଓସଡମାରେ ଥିବା ଜିଆଇଏସ୍୍ ପ୍ଲାଟଫର୍ମ ଏହାର ଅନୁଶୀଳନ କରି ରାଜ୍ୟ ଏମରଜେନସି ଅପରେସନ୍ କେନ୍ଦ୍ରକୁ ସମ୍ଭାବ୍ୟ ବଜ୍ରପାତ ଅଂଚଳ ସଂପର୍କରେ ସୂଚନା ଦିଏ । ଏହାପରେ ସମ୍ଭାବ୍ୟ ବଜ୍ରପାତ ପ୍ରଭାବିତ ଇଲାକାର ଲୋକଙ୍କୁ ଏସଏମ୍୍ଏସ୍୍ ମାଧ୍ୟମରେ ସତର୍କ କରିଦିଆଯାଏ । ଲୋକେସନ୍ ବେସ୍୍ଡ ଆଲର୍ଟ ସିଷ୍ଟମ ଜରିଆରେ ବଜ୍ରପାତ ଦ୍ୱାରା ପ୍ରଭାବିତ ହେବାର ସମ୍ବାବନା ଥିବା ଲୋକଙ୍କ ପାଖକୁ ଏସଏମ୍ଏସ୍ ଯାଏ । ଆର୍ଥ ନେଟଓର୍କଠାରୁ ତଥ୍ୟ ପାଇବାଠାରୁ ପ୍ରଭାବିତ ଇଲାକାର ଲୋକଙ୍କ ପାଖରୁ ସୂଚନା ପହଂଚିବା କାମ ମାତ୍ର ୨ରୁ ୩ମିନିଟ୍୍ ଭିତରେ ସମ୍ପାଦିତ ହୋଇଥାଏ । ଭୁବନେଶ୍ୱର ରାଜୀବ ଭବନରେ ଥିବା ସ୍ୱତନ୍ତ୍ର ରିଲିଫ କମିଶନ କାର୍ଯ୍ୟାଳୟରେ ରାଜ୍ୟ ଏମରଜେନସି ଅପରେସନ୍ କେନ୍ଦ୍ର ଏଥିପାଇଁ ଦିନରାତି ୨୪ଘଂଟା କାମ କରୁଛି ।

ଅଂଶୁଘାତ, ବଜ୍ରପାତ, ମରୁଡି, ବନ୍ୟା ଏବଂ ସାମୁଦ୍ରିକ ପାଣିପାଗ ତଥ୍ୟ ସଂପର୍କରେ ସୂଚନା ଏବଂ ସତର୍କ ବ୍ୟବସ୍ଥା ପାଇଁ ଓସ୍୍ଡମା, ରିଜିଓନାଲ୍ ଇଂଟିଗ୍ରେଟେଡ୍ ମଲ୍ଟି ହାଜାର୍ଡ ଆର୍ଲି ଓାର୍ଣିଂ ସିଷ୍ଟମ ଫର୍ ଆଫ୍ରିକା ଆଣ୍ଡ ଏସିଆ ଏବଂ ଥାଇଲାଣ୍ଡ ଫର୍ ଡେଭଲପିଙ୍ଗ ଇଂଟିଗ୍ରେଟେଡ୍ ଡିସିସନ୍ ସପୋର୍ଟ ସିଷ୍ଟମ ସହ ମଧ୍ୟ ଅନୁବନ୍ଧିତ ହୋଇଛି । “ଝଇଞଇଜକ” ଭଳି ଏକ ମୋବାଇଲ୍ ଆପ୍ଲିକେସନ୍ ତିଆରି କରାଯାଇଛି, ଯାହାକୁ ଡାଉନଲୋଡ୍୍ କରି ଯେ କେହି ବଜ୍ରପାତ ସଂପର୍କରେ ସତର୍କ ସୂଚନା ପାଇପାରିବ ।

ଏସବୁ ବ୍ୟତିତ, ରାଜ୍ୟର ୧୪ଟି ବଜ୍ରପାତ ପ୍ରବଣ ବ୍ଲକରେ ଲୋକଙ୍କ ପାଖରେ ଶୀଘ୍ର ସତର୍କ ସୂଚନା ପହଂଚାଇବା ଲାଗି ସାଇରନ୍ ବ୍ୟବସ୍ଥା ରଖାଯାଇଛି । ବଜ୍ରପାତ ବା ଅନ୍ୟ କୌଣସି ଭୀଷଣ ପାଣିପାଗ ସଂପର୍କିତ ସତର୍କ ସୂଚନା ଦେବା ଲାଗି ଏହା ଆପେ ଆପେ ବାଜିଉଠିବ, ଫଳରେ ଆଖପାଖ ଅଂଚଳର ଲୋକେ ସତର୍କ ହୋଇଯିବେ ।

ପରିସଂଖ୍ୟାନ କହୁଛି, ମେ ମାସରୁ ସେପ୍ଟେମ୍ବର ଭିତରେ ୮୫ପ୍ରତିଶତ ବଜ୍ରପାତ ମୃତ୍ୟୁ ଘଟଣା ଦେଖିବାକୁ ମିଳିିଥାଏ । ଏହି ସମୟରେ ଲୋକେ ସତର୍କ ରହିବା ଜରୁରୀ । କୌଣସି ପ୍ରାକ ସତର୍କ ସୂଚନାକୁ ଧ୍ୟାନ ଦେବା ସହ ତୁରନ୍ତ ପଦକ୍ଷେପ ନେବା ଜରୁରୀ । ବଜ୍ରପାତ ଜନିତ ଅଘଟଣ ରୋକିବାରେ ଏହା ଉପଯୋଗୀ ସାବ୍ୟସ୍ତ ହୋଇପାରିବ ।

Spread the love
Categories
ଓଡିଶାବଡ ଖବର

RELATED BY

  • ଇମ୍ଫା ଓ ଏନ୍‌ଆଇଟି ମଧ୍ୟରେ ଚୁକ୍ତି

    ଭୁବନେଶ୍ୱର: ଇଣ୍ଡିଆନ ମେଟାଲ୍ସ ଓ ଫେରୋ ଆଲଏଜ୍ ଲିମିଟେଡ୍ (ଇମ୍ଫା)ର ପ୍ରତିଷ୍ଠାତା ସ୍ୱର୍ଗତ ଡ. ବଂଶୀଧର ପଣ୍ଡାଙ୍କ ସ୍ମୃତିରେ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁଟ୍‌ସ୍ ଅଫ୍ ଟେକ୍ନୋଲୋଜି (ଏନ୍‌ଆଇଟି) ରାଉରକେଲାରେ ଏକ ସ୍ୱର୍ଣ୍ଣପଦକ ପ୍ରତିଷ୍ଠା କରିବା ନିମନ୍ତେ ଉଭୟ ଅନୁଷ୍ଠାନ ମଧ୍ୟରେ ଚୁକ୍ତି...
  • ସଞ୍ଜୟ ସାହୁଙ୍କୁ ‘ବେଷ୍ଟ ପିଆର୍‌ଓ’ ପୁରସ୍କାର

    ଭୁବନେଶ୍ୱର : କର୍ପୋରେଟ୍ ଯୋଗାଯୋଗ ଏବଂ ଗଣମାଧ୍ୟମ ସମ୍ପର୍କ କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ନିମନ୍ତେ ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ ଦ୍ୱାରା ସଞ୍ଜୟ କୁମାର ସାହୁଙ୍କୁ ‘ବେଷ୍ଟ ପବ୍ଲିକ୍ ରିଲେସନ ଅଫିସର୍‌’ ସମ୍ମାନରେ ସମ୍ମାନିତ କରାଯାଇଛି । ଭବନେଶ୍ୱରରେ ଜାତୀୟ...
  • ୱେବ୍‌ ପୋର୍ଟାଲ ‘ଓଡ଼ିଆ ଫଳକ’ ଲୋକାର୍ପିତ, ନିୟମ ଉଲଂଘନ କଲେ ୨୫ ହଜାର ଟଙ୍କା ଯାଏଁ ଜରିମାନା

    ଭୁବନେଶ୍ୱର: ଓଡ଼ିଶା ସରକାର ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନରେ ଓଡ଼ିଆରେ ନାମ ଫଳକ ଲେଖିବାକୁ ଗୁରୁତ୍ୱ ଦେଉଛନ୍ତି। ଏ ନେଇ ମଙ୍ଗଳବାର ଇଏସ୍‌ଆଇ କାର୍ଯ୍ୟାଳୟଠାରେ ଶ୍ରମବିଭାଗର ୱେବ୍‌ ପୋର୍ଟାଲ ‘ଓଡ଼ିଆ ଫଳକ’ ଲୋକାର୍ପିତ ହୋଇଯାଇଛି। ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ...
  • ୨୦୧୯-୨୦ ଖରିଫ ଧାନ ସଂଗ୍ରହ ପାଇଁ ଆଗୁଆ ଟୋକେନ ବ୍ୟବସ୍ଥା

    ଭୁବନେଶ୍ୱର: ଧାନ ସଂଗ୍ରହ ଧାର୍ଯ୍ୟ ଦିବସ ପୁର୍ବରୁ ଚାଷୀମାନଙ୍କୁ ସେମାନଙ୍କ ବିକ୍ରି ଯୋଗ୍ୟ ଧାନ ସହ ସମ୍ପୃକ୍ତ ମଣ୍ଡିରେ ଉପସ୍ଥିତ ରହିବା ପାଇଁ ଏସଏମଏସ୍ ମାଧ୍ୟମରେ ପଞ୍ଜିକୃତ ମୋବାଇଲ ନମ୍ବରକୁ ବାର୍ତା ପ୍ରେରଣ କରାଯାଉଛି । ଅଗ୍ରୀମ ଟୋକେନର ତାଲିକା...