ଧର୍ମଘଟ ପାଇଁ କାଲି ଶିକ୍ଷାନୁଷ୍ଠାନକୁ ଛୁଟି ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ୱର : ଆସନ୍ତାକାଲି ଧର୍ମଘଟକୁ ଦୃଷ୍ଟିରେ ରଖି ଆଗୁଆ ପଦକ୍ଷେପ ସ୍ୱରୂପ ରାଜ୍ୟ ସରକାର ସମସ୍ତ ଶିକ୍ଷାନୁଷ୍ଠାନକୁ ଛୁଟି ଘୋଷଣା କରିଛନ୍ତି । ଉଭୟ ସ୍କୁଲ କଲେଜ କାଲି ବନ୍ଦ ରହିବ । ଏ ସମ୍ପର୍କରେ ରାଜ୍ୟ ସରକାର ଆଜି ନୋଟିସ୍‌ ଜାରି କରିଛନ୍ତି । ଆସନ୍ତାକାଲି ଓ ୯ ତାରିଖରେ ଦେଶବ୍ୟାପୀ ଧର୍ମଘଟ ଡାକରା ଦେଇଛି କେନ୍ଦ୍ରୀୟ ଟ୍ରେଡ ୟୁନିୟନ ମିଳିତ ମଞ୍ଚ । ମିଳିତ ମଞ୍ଚରେ ୬ଟି ବାମପନ୍ଥୀ ଦଳ ଏକାଠି ହୋଇଛନ୍ତି । ବିଜେଡି ଓ କଂଗ୍ରେସ ମଧ୍ୟ ଧର୍ମଘଟକୁ ସମର୍ଥନ ଜଣାଇଛନ୍ତି । ବନ୍ଦ ଯୋଗୁ ବସ୍‌ ଓ ଟ୍ରେନ ଚଳାଚଳ ବନ୍ଦ ରହିବ ।