ଘରେ ରହି ପାଠ ପଢିବାକୁ ବାର୍ତା ଦେଲେ ଉଚ୍ଚଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର:   ସାରା ବିଶ୍ଵରେ କୋରୋନା କାୟା ବିସ୍ତାର କରିବାରେ ଲାଗିଛି। ଏହାକୁ ନେଇ  ରାଜ୍ୟରେ ସ୍କୁଲ, କଲେଜ ସବୁ ବନ୍ଦ ରହିଛି। ଏହି ମଧ୍ୟରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଏକ ଭିଡ଼ିଓ ମାଧ୍ୟମରେ ପିଲାମାନଙ୍କୁ ସଚେତନ କରାଇବା ସହ ପାଠ ପଢିବାକୁ ପରାମର୍ଶ ଦେଇଛନ୍ତି।

ସେ କହିଛନ୍ତି ଯେ, କୋରୋନା ଭୂତାଣୁ ସାରା ବିଶ୍ଵକୁ ଆକ୍ରାନ୍ତ କରିଛି। ଭାରତବର୍ଷରେ ଅନେକ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି। ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବହୁ ପୂର୍ବରୁ ପଦକ୍ଷେପ ନେଇଛନ୍ତି। ସ୍କୁଲ, କଲେଜ ସବୁକୁ ବନ୍ଦ ରଖାଯାଇଛି। ପରୀକ୍ଷା ସ୍ଥଗିତ କରାଯାଇଛି। ଘରେ ରହି ସରକାରଙ୍କ ନିର୍ଦ୍ଦେଶ ପାଳନ କରି, ପାଠ ପଢାରେ ମନୋନିବେଶ କରନ୍ତୁ। ଭଲ ଭାବରେ ପଢନ୍ତୁ। ପରୀକ୍ଷା ପାଇଁ ନିଜକୁ ପ୍ରସ୍ତୁତ କରନ୍ତୁ ବୋଲି ଉଚ୍ଚ ଶିକ୍ଷା ମନ୍ତ୍ରୀ ପିଲାମାନଙ୍କୁ ପରାମର୍ଶ ଦେଇଛନ୍ତି।