କେନ୍ଦ୍ରାପଡ଼ା: ସାରଥି ଓରଫ୍ ସନ୍ତୋଷ ରାଉଳଙ୍କର କେନ୍ଦ୍ରାପଡ଼ାରେ ଥିବା ବାରିମୂଳ ଆଶ୍ରମରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ନୋଟିସ୍ ଲଗାଯାଇଛି। ନୋଟିସ୍ରେ ଆଶ୍ରମକୁ ଅନଧିକୃତ ପ୍ରବେଶ କରିବାକୁ ବାରଣ କରାଯାଇଛି। ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ୪ଜଣିଆ ଟିମ୍ ଆଶ୍ରମରେ ପହଞ୍ଚି ଏହି ନୋଟିସ୍ ଲଗାଇଥିଲେ।
୪ ବର୍ଷ ଧରି ଜେଲରେ ରହିବା ପରେ ଗତ ୨୫ ତାରିଖ ଦିନ ସାରଥି ସର୍ତ୍ତମୂଳକ ଜାମିନ୍ରେ ଜେଲରୁ ବାହାରିଥିଲେ। ଜେଲରୁ ବାହାରି ପୂର୍ବରୁ କୋର୍ଟ କିଛି ସର୍ତ୍ତ ରଖିଥିଲେ। ବିନା ଅନୁମତିରେ ସାରଥି ରାଜ୍ୟ ବାହାରକୁ ଯାଇପାରିବେ ନାହିଁ, ଏପରିକି ସଭାସମିତି କରିପାରିବେ ନାହିଁ ବୋଲି କୋର୍ଟ ସର୍ତ୍ତ ରଖିଥିଲେ।।
ବେଲବଣ୍ଡରେ ରହିଥିବା ସର୍ତ୍ତ ଅନୁଯାୟୀ, ଯଦି ସାରଥି ସେ ତାର ବିରୁଦ୍ଧାଚରଣ କରନ୍ତି, ତା’ହେଲେ ତଦନ୍ତକାରୀ ଅଫିସର କୋର୍ଟର ଆଶ୍ରୟ ନେଇ ପରବର୍ତ୍ତୀ ପଦକ୍ଷେପ ପାଇଁ ଆଗକୁ ବଢ଼ିବେ। ତେବେ ସାରଥି କ୍ରାଇମବ୍ରାଞ୍ଚ ସ୍କାନରରେ ରହିବେ ଓ ତାଙ୍କର ସମସ୍ତ ଗତିବିଧି ଉପରେ ନଜର ରଖାଯିବ ବୋଲି ଏଡିଜି କ୍ରାଇମବ୍ରାଞ୍ଚ ସୂଚନା ଦେଇଥିଲେ।