ବେଆଇନ ସଂପତ୍ତି ଠୁଳ ମାମଲାରେ ରବର୍ଟ ଭଦ୍ରାଙ୍କୁ ଇଡିର ଜେରା

ନୂଆଦିଲ୍ଲୀ :  ବେଆଇନ ସଂପତ୍ତି ଠୁଳ ମାମଲାରେ ଆଜି ପୁଣି ଇଡି ଜେରାର ସାମ୍ନା କରୁଛନ୍ତି ସୋନିଆ ଗାନ୍ଧିଙ୍କ ଜ୍ବାଇଁ ତଥା ପ୍ରିୟଙ୍କା ଗାନ୍ଧିଙ୍କ ସ୍ବାମି ରବର୍ଟ ଭଦ୍ରା।  ଇଡି କାର୍ଯ୍ୟାଳୟରେ  ରବର୍ଟ ଭଦ୍ରା ହାଜର ହୋଇଛନ୍ତି ।  ବ୍ରିଟେନରେ ଅଚଳାଚଳ ସଂପତ୍ତି କେମିତି ଠୁଳ କଲେ ରବର୍ଟ ଭଦ୍ରା ଏନେଇ ଇଡି ଜେରା କରୁଛି। ତେବେ ରବର୍ଟ ଏହାକୁ ମନା କରିଆସିଛନ୍ତି ଯେ ତାଙ୍କର କୌଣସି ସଂପତ୍ତି ୟୁକେ ରେ ନାହିଁ।  ରବର୍ଟ ଭଦ୍ରାଙ୍କୁ ତୃତୀୟ ଥର ପାଇଁ ଜେରା କରୁଛି ଇଡି।  ରାଜନୈତିକ ଉଦ୍ଦେଶ୍ୟ ରଖି ତାଙ୍କୁ  ହଟହଟା କରାଯାଉଛି ବୋଲି ସେ କହିଛନ୍ତି। ପୂର୍ବରୁ ବୁଧବାର ୬ ଘଣ୍ଟା ଏବଂ ଗୁରୁବାର ୨ ଘଣ୍ଟା ଇଡି ଜେରା କରିଥିଲା ।