ଜେରା ପାଇଁ ଇଡି କାର୍ଯ୍ୟାଳୟରେ ହାଜର ହେଲେ ରବର୍ଟ ଭଦ୍ରା

ନୂଆଦିଲ୍ଲୀ: ମନୀ ଲଣ୍ଡରିଂ ମାମଲାରେ ଆଜି ପୁଣି ରବର୍ଟ ଭଦ୍ରାଙ୍କୁ ପଚରାଉଚରା କରାଯିବ । ଏଥିପାଇଁ ସେ ପ୍ରବର୍ତନ ନିର୍ଦ୍ଦେଶାଳୟ ବା ଇଡି କାର୍ଯ୍ୟାଳୟରେ ପହଁଚିଛନ୍ତି । ଏହା ପୂର୍ବରୁ ଜୁନ ୩ରେ ସିବିଆଇର ବିଶେଷ ଅଦାଲତ ରବର୍ଟଙ୍କୁ ବିଦେଶ ଯିବା ପାଇଁ ଅନୁମତି ପ୍ରଦାନ କରିଥିଲେ  । ସ୍ୱତନ୍ତ୍ର ଜଜ୍ ଅରବିନ୍ଦ କୁମାର ତାଙ୍କୁ ୬ ସପ୍ତାହ ପାଇଁ ଆମେରିକା ଓ ନେଦରଲାଣ୍ଡ ଯିବା ପାଇଁ ଅନୁମତି ଦେଇଥିଲେ । ଏହାସହ ତାଙ୍କୁ ଗସ୍ତର ସଂପ୍ରୂଣ୍ଣ ବିବରଣୀ ପ୍ରଦାନ କରିବାକୁ କୁହାଯାଇଥିଲା ।

ରବର୍ଟଙ୍କୁ ଗୁରୁବାର ଦିନ ବେନାମୀ ସଂପତି ମାମଲାରେ ଜେରା କରିବା ପାଇଁ ଇଡି ନିର୍ଦ୍ଦେଶ ଦେଇଥିଲା । ଏହାପରେ ତାଙ୍କୁ ଆଜି ମଧ୍ୟ ଜେରା ପାଇଁ ଡକରା ହୋଇଛି । ତେବେ ସେ ଅସୁସ୍ଥ ଥିବାରୁ ମଙ୍ଗଳବାର ଦିନ କାର୍ଯ୍ୟାଳୟରେ ଉପସ୍ଥିତ ରହିବେ ବୋଲି କହିଥିଲେ ।

ସୂଚନାଯୋଗ୍ୟ କି, ଗୁରୁବାର ଦିନ ରବର୍ଟଙ୍କୁ ଲଣ୍ଡନରେ ଥିବା ସଂପତି ମାମଲାରେ ଜେରା ହୋଇଥିଲା । ଏହାସହ ତାଙ୍କୁ ମିଳିଥିବା ଆଗୁଆ ଜାମିନତକୁ ଖାରଜ ପାଇଁ ମଧ୍ୟ ଦିଲ୍ଲୀ ଅଦାଲତରେ ଅପିଲ ହୋଇଛି । ଏହାସହ ତାଙ୍କ ବିଦେଶ ଗସ୍ତକୁ ନେଇ ଆପତି ଉଠିଥିଲା । ସ୍ଥାନୀୟ କୋର୍ଟ ରବର୍ଟଙ୍କ ଯାଚିକା ଉପରେ ନିଜର ଶୁଣାଣୀ ସୁରକ୍ଷିତ ରଖିଛନ୍ତି ।