Eco ReTreat 2020 ପାଇଁ ଆରମ୍ଭ ହେଲା ବୁକିଂ , ଲୋଗୋ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Eco ReTreat 2020 :

ଭୁବନେଶ୍ୱର: ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ଓଡ଼ିଶାର ସ୍ଥାନ ସ୍ୱତନ୍ତ୍ର । ସେଥିପାଇଁ ତ ଓଡ଼ିଶାକୁ ଭାରତର ବେଷ୍ଟ କେପ୍ଟ ସିକ୍ରେଟ ବୋଲି କୁହାଯାଇଥାଏ । ସୁଦୀର୍ଘ ବେଳାଭୂମି, ମନ୍ଦିରମୟ ସହର, ପୁରାତନ ସ୍ଥାପତ୍ୟ, ନଦୀ, ଅଭୟାରଣ୍ୟ, କାର୍ତ୍ତିରାଜି ଆମ ସମ୍ପଦ । ଏସବୁ ବାଦ୍ ଦେଲେ ଏକ ନିଆରା ପଦକ୍ଷେପ ଓଡ଼ିଶା ପର୍ଯ୍ୟଟନକୁ ଦେଇଥିଲା ଭିନ୍ନ ଏକ ପରିଚୟ । ତାହା ଥିଲା ଇକୋ ରି-ଟ୍ରିଟ୍ । ପୁରୀ ଜିଲାର କୋଣାର୍କ ବେଳାଭୂମିରେ ଆରମ୍ଭ ହୋଇଥିବା ଏକ ଇକୋ-ରିଟ୍ରିଟ୍ ଚଳିତଥର ହୋଇଛି ସମ୍ପ୍ରସାରିତ । କେବଳ କୋଣାର୍କ ନୁହେଁ, ଏଣିକି ହୀରାକୁଦ, ସାତକୋଶିଆ, ଭିତରକନିକା, ଦାରିଙ୍ଗିବାଡ଼ିରେ ଏହି ବ୍ୟବସ୍ଥା କରାଯିବ । ରହଣି ଠାରୁ ଖାଇବା ପିଇବା ସବୁଥିରେ ଦେଖିବାକୁ ମିଳିବ ଓଡ଼ିଶାର କଳା, ସ୍ଥାପତ୍ୟର ଝଲକ ।

Eco ReTreat 2020 logo inauguration by cm odisha
ଆସନ୍ତା ଡିସେମ୍ବର ୮ ତାରିଖରୁ ଆରମ୍ଭ ହେଉଥିବା ଏହି ଇକୋ-ରିଟ୍ରିଟ୍ ଆସନ୍ତା ୨୦୨୧ ଫେବୃୟାରୀ ୨୮ ଯାଏ ଜାରି ରହିବ । ଏହାର ଲୋଗୋକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦ୍ୱାରା ଉଦଘାଟନ କରାଯାଇଛି । ଏଥିସହିତ ଆଜିଠୁ ଏଥିପାଇଁ ବୁକିଂ ମଧ୍ୟ ଆରମ୍ଭ ହୋଇଛି । କରୋନା ସମୟରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ସମସ୍ତ କୋଭିଡ ଗାଇଡଲାଇନ ପାଳନ କରାଯିବ । ପର୍ଯ୍ୟଟକ ମାନେ ଓଟିଡିସିର ପୋର୍ଟାଲ ecoretreat.odishatourism.gov.in ରେ ରହଣି ପାଇଁ ବୁକିଂ କରିପାରିବେ ।