‘ମେ ଭି ଚୌକିଦାର ହୁଁ’ କାର୍ଯ୍ୟକ୍ରମ ପ୍ରସାରଣ ପାଇଁ ଦୂରଦର୍ଶନକୁ ନିର୍ବାଚନ ଆୟୋଗଙ୍କ ନୋଟିସ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ମେ ଭି ଚୌକିଦାର ହୁଁ’ କାର୍ଯ୍ୟକ୍ରମର ପ୍ରସାରଣ କରିଥିବାରୁ ଦୂରଦର୍ଶନକୁ ଭାରତୀୟ ନିର୍ବାଚନ କମିଶନ କାରଣଦର୍ଶାଅ ନୋଟିସ ଜାରି କରିଛନ୍ତି। ଗତ ମାର୍ଚ୍ଚ ୩୧ ତାରିଖରେ ଦୂରଦର୍ଶନରେ ପାଖାପାଖି ଦେଢ଼ଘଣ୍ଟା ଧରି ଏହି କାର୍ଯ୍ୟକ୍ରମ ପ୍ରସାରିତ ହୋଇଥିଲା। ଏ ନେଇ ବିରୋଧୀଙ୍କ ପକ୍ଷରୁ ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ କରାଯାଇଥିଲା।

ସେହିପରି ଗତ ମାର୍ଚ୍ଚ ୩୧ ତାରିଖରେ ଆରମ୍ଭ ହୋଇଥିବା ନମୋ ଟିଭିକୁ ନେଇ ନିର୍ବାଚନ ଆୟୋଗ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟକୁ ରିପୋର୍ଟ ତଲବ କରିଛନ୍ତି। ନିର୍ବାଚନ ପୂର୍ବରୁ ଟିଭି ଲଞ୍ଚ କରାଯାଇଥିବାରୁ ଆୟୋଗ ଏହା ଉପରେ ପ୍ରଶ୍ନ ଉଠାଇଛନ୍ତି। ନମୋ ଟିଭି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପିର ପ୍ରଚାର କରୁଛି।