ଭୁବନେଶ୍ବର: ଆସନ୍ତା ୩୧ରେ ପୂର୍ବାଂଚଳ ପରିଷଦ ବୈଠକ। ଲୋକସେବା ଭବନର ନୂଆ କନଫରେନ୍ସ ହଲରେ ହେବ ଏହି ସମ୍ମିଳନୀ। ଏଥର ସମ୍ମିଳନୀକୁ ଆୟୋଜନ କରୁଛି ଓଡିଶା । ରାଜ୍ୟ ରାଜ୍ୟ ମଧ୍ୟରେ ସମନ୍ବୟ ରକ୍ଷା କରିବା ଓ ତଥ୍ୟ ଆଦାନ ପ୍ରଦାନ ଉଦ୍ଦେଶ୍ୟରେ ପ୍ରତିବର୍ଷ ଏହି ସମ୍ମିଳନୀ ଅନୁଷ୍ଠିତ ହୋଇଥାଏ।
ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍, ସିକିମ ମୁଖ୍ୟମନ୍ତ୍ରୀ ପ୍ରେମ ସିଂ ତମାଙ୍ଗ ସମ୍ମିଳନୀରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହାସହ ଏହି ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଯୋଗ ଦେଇପାରନ୍ତି।
ସେହିପରି କେନ୍ଦ୍ର ଗୃହମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସମ୍ମିଳନୀ ହେବାର ପରମ୍ପରା ରହିଛି । ହେଲେ ଗୃହମନ୍ତ୍ରୀ ଅମିତ ଶାହା, ଗୃହ ରାଷ୍ଟ୍ରମନ୍ତ୍ରୀ କିଶନ ରେଡ୍ଡି ଯୋଗଦେବେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ ।