ଦିଲ୍ଲୀ-ଏନସିଆରରେ ଭୂ-କମ୍ପ

ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆରରେ ଭୂ-କମ୍ପ ଅନୁମୂତ ହୋଇଥିବା ସୂଚନା ମିଳିଛି । କରୋନା ପାଇଁ ଲୋକ ଭୟଭୀତ ରହିଥିବା ବେଳେ ଜାତୀୟ ରାଜଧାନୀ ଅଂଚଳରେ ହଠାତ ପୂର୍ବ ଦିଲ୍ଲୀରେ ଭୂ-କମ୍ପ ଅନୁଭୂତ ହେବା ପରେ ସମସ୍ତଙ୍କ ମନରେ ଛନକା ପଶିଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୫ ଥିଲା ବୋଲି ଭାରତ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ କୁହାଯାଇଛି ।ତେବେ ଭୂ-କମ୍ପରେ ଏଯାବତ୍ କୌଣସି କ୍ଷୟକ୍ଷତି ହୋଇ ନ ଥିବା ସୂଚନା ମିଳିଛି ।