ମହାରାଷ୍ଟ୍ରରେ ଭୂମିକମ୍ପ

ମହାରାଷ୍ଟ୍ର: ପାଲଘର ଠାରେ ମଙ୍ଗଳବାର ଭୋର ୫:୩୦ ମିନିଟ ସମୟରେ ୩.୨ ମ୍ୟାଗ୍ନିଟ୍ୟୁଡର ଭୂମିକମ୍ପ ଅନୁଭୁତ ହୋଇଛି । ବନ୍ୟା ସ୍ଥିତି ଏପର‌୍ୟ୍ୟନ୍ତ ସୁଧୁରି ନଥିବା ବେଳେ ଭୂମିକମ୍ପ ହେବା ମୁମ୍ବାଇବାସୀଙ୍କ ମନରେ ଆତଙ୍କ ଖେଳାଇଛି ।

ସୂଚନା ଯୋଗ୍ୟ ଯେ ଗତ କିଛି ଦିନ ଧରି ଲଗାଣ ବର୍ଷା ଫଳରେ ବନ୍ୟା ବିଭୀଷିକାର ଶିକାର ହୋଇଛି ମହାରାଷ୍ଟ୍ର । ଅନେକ ଧନ ଜୀବନ ନଷ୍ଟ ହେବା ସହ ଜୀବନଯାତ୍ରା ବାଧା ପ୍ରାପ୍ତ ହୋଇଛି । ଏଭଳି ସ୍ଥିତିରେ ମଙ୍ଗଳବାର ଭୋରରୁ ହୋଇଥିବା ଭୂମିକମ୍ପ ସଭିଙ୍କ ମନରେ ଭୟ ସୃଷ୍ଟି କରିଛି । ତେବେ ଏଥିରେ କାହାରି କୌଣସି କ୍ଷୟ କ୍ଷତି ହୋଇନଥିବା ଜଣା ପଡିଛି ।