ମିଜୋରାମରେ ଭୂକମ୍ପ ଝଟକା

ନୂଆଦିଲ୍ଲୀ: ମିଜୋରାମର ଚମ୍ପଲ ଠାରେ ସୋମବାର ଦିନ ସାମାନ୍ୟ ଭୂକମ୍ପର ଝଟକା ଅନୁଭୂତ ହୋଇଛି । ନ୍ୟାସନାଲ ସେଣ୍ଟର ଫର୍ ସେସିମୋଲୋଜିର ରିପୋର୍ଟ ଅନୁଯାୟୀ ରିକ୍ଟର ସ୍କେଲରେ ଏହି ଭୂକମ୍ପର ତୀବ୍ରତା ୫.୫ ମପା ଯାଇଥିଲା । ଆଜି ଭୋର୍ ୪ଟା ୧୦ମି. ସମୟରେ ଏହି ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା ।

ଆହୁରି ମଧ୍ୟ ଏହି ଏଜେନ୍ସିର ରିପୋର୍ଟ ଅନୁଯାୟୀ ଚମ୍ପଲ ଠାରୁ ୨୭କିମି. ଦୂର ଦକ୍ଷିଣ-ଦକ୍ଷିଣପଶ୍ଚିମ ଅଞ୍ଚଳରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା ।

ଭୋର ସମୟରେ ଭୂକମ୍ପ ହୋଇଥିବା ଯୋଗୁଁ ଜନସାଧାରଣ ନିଦରୁ ଉଠି ଭୟରେ ବାହାରକୁ ଚାଲିଯାଇଥିବା ନେଇ ସୂଚନା ମିଳିଛି । ତେବେ ଭୂକମ୍ପର କେନ୍ଦ୍ର କେଉଁଠି ଥିଲା ଏବଂ ଏହା ଫଳରେ କଣ କ୍ଷୟକ୍ଷତି ହୋଇଛି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।