ପୂର୍ବ କାମେଙ୍ଗ: ଅରୁଣାଚଳ ପ୍ରଦେଶର ପୂର୍ବ କାମେଙ୍ଗରେ ଶନିବାର ଭୋର ସକାଳୁ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୫ ଥିଲା । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଭୂକମ୍ପ ଯୋଗୁଁ କୌଣସି କ୍ଷୟକ୍ଷତି ଅଥବା ଧନଜୀବନ ନଷ୍ଟ ହୋଇନାହିଁ । ପଶ୍ଚିମ କାମେଙ୍ଗ ଜିଲ୍ଲାର ବୋମଡିଲା ଭୂକମ୍ପର କେନ୍ଦ୍ରସ୍ଥଳ କୁହାଯାଉଛି ।
ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ଆଜି ଭୋର ୪ଟା ୨୪ ମିନିଟରେ ଭୂପୃଷ୍ଠର ୧୦ କିଲୋମିଟର ଗଭୀରରେ କମ୍ପନ ସୃଷ୍ଟି ହୋଇଥିଲା । ରିପୋର୍ଟ ଅନୁସାରେ ଅରୁଣାଚଳ ପ୍ରଦେଶରେ ଭୂକମ୍ପ ହୋଇଥିବା ବେଳେ ଚୀନ ଓ ଆସାମରେ ମଧ୍ୟ ଏହାର କମ୍ପନ ହୋଇଛି । ଚୀନ ଓ ଆସାମର କିଛି ଅଂଚଳ ଥରିଛି । ଆଜି ଭଳି ସମାନ ସ୍ଥାନରେ ଶୁକ୍ରବାର ମଧ୍ୟ ଭୂକମ୍ପ ଅନୁଭୂତ ହୋଇଥିଲା ।