ପୋଲିସ ବାହିନୀକୁ ସହଯୋଗ ହାତ ବଢ଼ାଇଲା ଇ୫ ବିଜିନେସ୍ ସଲ୍ୟୁସନ୍ସ ଟ୍ରଷ୍ଟ

ଭୁବନେଶ୍ୱର: ବୈଷିକ ମହାମାରୀ କରୋନା ପରିପ୍ରେକ୍ଷୀରେ ଆଗୁଆ ଧାଡିର ଯୋଦ୍ଧା ଭାବେ ଆମର ପୋଲିସ ବାହିନୀ ଲକ୍ ଡାଉନ୍‌, ସଟ୍ ଡାଉନ୍ ସମୟରେ କୌଣସି ପ୍ରତିକୂଳ ପରିସ୍ଥିତିକୁ ଭୃକ୍ଷେପ ନ କରି ସାଧାରଣ ଜନତାଙ୍କ ସୁରକ୍ଷା, ସଂକ୍ରମଣରୁ ରକ୍ଷା ଆଦି ପାଇଁ ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ସାମାଜିକ ଦୂରତ୍ୱ ଆହ୍ୱାନକୁ ବଜାୟ ରଖିଛନ୍ତି । ଏହି କରୋନା ଯୋଦ୍ଧାଙ୍କୁ ଆଜି ସମଗ୍ର ମାନବ ସମାଜ ସମ୍ମାନ ଜଣାଉଛି ଏବଂ ବ୍ୟକ୍ତି ବିଶେଷରେ ତଥା ସାମାଜିତ ସ୍ତରରେ ବିଭିନ୍ନ ସାମାଜିକ ସଙ୍ଗଠନ ସହାୟତାର ହାତ ବଢ଼ାଇଛନ୍ତି ।

ଏଭଳି ଘଡିସନ୍ଧି ମୁହୁର୍ତରେ ଜନତାଙ୍କ ସୁରକ୍ଷା କରି ପୋଲିସ ବାହିନୀର ଭାଇ ଭଉଣୀମାନେ ମଧ୍ୟ ମହାମାରୀ କରୋନାର ଶିକାର ହେଉଛନ୍ତି, ଏଣୁ ସେମାନଙ୍କୁ ସମସ୍ତ ସାହାଯ୍ୟ ସହଯୋଗ କରିବା ଆମର ଧର୍ମ ଅଟେ । ଆଜି ଏହି ସଂକଳ୍ପରେ ବ୍ରତୀ ହୋଇ ଇ୫ ବିଜିନେସ୍ ସଲ୍ୟୁସନ୍ ଟ୍ରଷ୍ଟ ତରଫରୁ ନାନାଦି ଭିଟାମିନ୍ ଟାବଲେଟ୍ , ଓଆରଏସ୍ ପ୍ୟାକେଟ ଏବଂ ସାନିଟାଇଜର ଭୁବନେଶ୍ୱର ସ୍ଥିତ କମିସନରେଟ ପୋଲିସ ମୁଖ୍ୟାଳୟ ଠାରେ ଡିସିପି ସାଗରିକା ନାଥ ଉପସ୍ଥିତିରେ ପୋଲିସ ଭାଇ ଭଉଣୀଙ୍କ ଉନ୍ନତ ସ୍ୱାସ୍ଥ୍ୟ ନିମନ୍ତେ ପ୍ରଦାନ କରାଗଲା । ଏହି ଅବସରରେ ଇ୫ ବିଜିନେସ୍ ସଲ୍ୟୁସନ୍ସ ଟ୍ରଷ୍ଟି ଶ୍ରୀ ପ୍ରବୀଣ କୁମାର ପାଢ଼ୀ ଏବଂ ଶ୍ରୀମତୀ ସୁଜାତା ପାଢ଼ୀଙ୍କ ସହ ଶ୍ରୀମତୀ ଇପସିତା ତଥ ଓ ଡ.ହେମନ୍ତ ରଥ ଉପସ୍ଥିତ ଥିଲେ ।