ସବୁ ବିଭାଗ ପ୍ରସ୍ତୁତ କରିବେ ଇ-ମଷ୍ଟର ରୋଲ, ଶ୍ରମିକଙ୍କ ଆକାଉଣ୍ଟକୁ ଅନଲାଇନରେ ଯିବ ଟଙ୍କା

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ । ଏଣିକି ଠିକାଦାରଙ୍କ ଜରିଆରେ କାମ କରୁଥିବା ମଜୁରିଆଙ୍କୁ ଅନଲାଇନରେ ପଠାଯିବ ଟଙ୍କା । ମଜୁରିଆଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯିବ ଏହି ଅର୍ଥରାଶି । ଏନେଇ ଗ୍ରାମ୍ୟ ଉନ୍ନୟନ, ଜଳସମ୍ପଦ, ପଞ୍ଚାୟତିରାଜ, ନଗର ଉନ୍ନୟନ ବିଭାଗ ପ୍ରଥମ ପର୍ଯ୍ୟାୟରେ ଏହାକୁ କାର୍ଯ୍ୟକାରୀ କରିବେ ।

ଅକ୍ଟୋବର ୨ ରୁ ଏହା କଡାକଡି ଭାବେ ଲାଗୁ କରାଯିବ । ସବୁ ବିଭାଗ ଇ-ମଷ୍ଟର (e-muster) ରୋଲ ପ୍ରସ୍ତୁତ କରି ମଜୁରୀ ଦେବେ । ଫଳରେ ଇପିଏଫ ଓ ଇଏସ ଆଇ ପ୍ରଦାନ ସୁନିଶ୍ଚିତ ହୋଇପାରିବ । ମଙ୍ଗଳବାର ସମୀକ୍ଷା କରି ଏହି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।