ତାଙ୍କ ନାମରେ ଖୋଲାଯାଇଛି ଫେକ୍ ଆଇଡି:ଦୂତୀ

ଭୁବନେଶ୍ୱର: ନିଜ ସମଲିଙ୍ଗୀ ସମ୍ପର୍କକୁ ନେଇ ନିଜେ ମୁହଁ ଖୋଲି ଚର୍ଚ୍ଚାରେ ଥିବା ଧାବିକା ଦୂତୀ ଚାନ୍ଦ ଆଜି ଏକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି।  ତାଙ୍କ ଅଭିଯୋଗ ଅନୁସାରେ, ଦୁତୀଙ୍କ ନାମରେ ଏକ ଫେକ୍ ବା ନକଲି ଆଇଡି ଖୋଲାଯାଇଛି ଆଉ ଏହା ମାଧ୍ୟମରେ ତାଙ୍କ ଫଟୋକୁ ବ୍ୟବହାର କରାଯାଇ ଭୁଲ ତଥ୍ୟ ପ୍ରସାରଣ କରାଯାଉଛି। ଏହାପରେ ସେ ନିଜ ପ୍ରକୃତ ଟ୍ୱିଟରକୁ ଫଲୋ କରିବା ପାଇଁ ଅନୁରୋଧ କରିଛନ୍ତି। ଦୂତୀଙ୍କ ପୋଷ୍ଟରୁ ଜଣାପଡିଛି ଯେ କେହି ଜଣେ ତାଙ୍କର ଫେକ ଟ୍ୱିଟର ଆଇଡି ପ୍ରସ୍ତୁତ କରି ସେଥିରୁ କେତେଜଣ ସାମ୍ବାଦିକ, ଏମିତିକି ପ୍ରଧାନମନ୍ତ୍ରୀଙ୍କ ନାମରେ ମଧ୍ୟ ଆପତ୍ତିଜନକ ପ୍ରଶ୍ନ ପୋଷ୍ଟ କରିଥିଲେ।

ସୂଚନା ଥାଉ କି ନିଜର ଗାଁର ଜଣେ ଯୁବତୀଙ୍କ ସହ ତାଙ୍କର ସମ୍ପର୍କ ଥିବା ନେଇ ଦୂତୀ ଖୁଲାସା କରିଥିଲେ। ଏହାକୁ ନେଇ କିନ୍ତୁ ତାଙ୍କ ପରିବାର ଲୋକ ଆପତ୍ତି ଜଣାଇଥିଲେ । ସମଲିଙ୍ଗୀ ସମ୍ପର୍କରେ ଥିବା କଥା ସର୍ବସମ୍ମୁଖରେ ସ୍ୱୀକାର କରିବାରେ ଦୂତୀ ହେଉଛନ୍ତି ପ୍ରଥମ ଭାରତୀୟ କ୍ରୀଡ଼ା ତାରକା। ସମ୍ପ୍ରତି ଦୂତୀ  ୨୦୨୦ ଟୋକିଓ ଅଲିମ୍ପିକ୍‌ରେ ଅଂଶଗ୍ରହଣ ନିମନ୍ତେ ତାଲିମ ନେଉଥିବାରୁ ଘର ବସାଇବା ପାଇଁ ତୁରନ୍ତ କୌଣସି ଯୋଜନା କରିନାହାନ୍ତି ବୋଲି କହିଥିଲେ।