ରାଜନୀତିରେ ଦୌଡ଼ରାଣୀ !

ଭୁବନେଶ୍ବର:  ଓଡିଶାର  ଦୌଡ଼ରାଣୀ ବୋଲି କୁହାଯାଉଥିବା ଦୂତୀ ଚାନ୍ଦ ରାଜନୀତିରେ ପ୍ରବେଶ କରିବେ ବୋଲି ନିଜ ଟୁଇଟରରେ ସୂଚନା ଦେଇଛନ୍ତି। ରାଜନୀତି ମୈଦାନରେ ନିଜର ଭାଗ୍ୟ ଚମକାଇବାକୁ ମନ ବଳାଇଛନ୍ତି । ଏନେଇ ଖୋଦ୍ ଦୂତୀ ଚାନ୍ଦ ତାଙ୍କ ଟୁଇଟର ପେଜରେ ପୋଷ୍ଟ କରି କହିଛନ୍ତି । ଦୂତୀ ତାଙ୍କ ଟୁଇଟର ପେଜରେ ଲେଖିଛନ୍ତି କି, ପିଲାଟି ବେଳୁ ମୋର ଖେଳ ସହିତ ରାଜନୀତି ପ୍ରତି ମଧ୍ୟ ଦୁର୍ବଳତା ରହିଥିଲା । ଏପରିକି ମୋର ପରିବାର ବି ତୃଣମୂଳ ସ୍ତରରେ ରାଜନୀତି ସହ ଜଡିତ ଅଛନ୍ତି ଥିବା କହିଛନ୍ତି ଓଡିଆ ଧାବିକା ଦୂତୀ ଚାନ୍ଦ । ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ ତାଙ୍କ ମାଆ ସରପଞ୍ଚ ଥିଲେ।

ତେବେ ଦୂତୀଙ୍କର ଏହି ଟୁଇଟ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । କିଛି ଲୋକ ଦୂତୀଙ୍କ ଏହି ପୋଷ୍ଟକୁ ସ୍ୱାଗତ ଜଣାଇବା ବେଳେ କିଛି ଫ୍ୟାନ ଦୂତୀଙ୍କୁ ରାଜନୀତିରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛନ୍ତି ।

କିଛି ଦିନ ପୂର୍ବରୁ ନିଜ ବାନ୍ଧବୀଙ୍କୁ ବିବାହ କରିବେ ବୋଲି କହି ଚର୍ଚ୍ଚାକୁ ଆସିଥିଲେ ଏହି ଓଡିଆ ଖେଳାଳି। ଚାରିଆଡେ ଏହାକୁ ନେଇ ଆଲୋଚନା ସମାଲୋଚନା ଚାଲିଥିଲା । କିନ୍ତୁ ଏହାରି ଭିତରେ ବିଶ୍ୱସ୍ତରୀୟ କ୍ରୀଡ଼ା ପ୍ରତିଯେୋଗିତାରେ ସଫଳତା ହାସଲ କରି ଦୂତୀ ପୁଣି ଉଭୟ ଦେଶ ଏବଂ ରାଜ୍ୟର ନାଁ ଗୌରାବନ୍ୱିତ କରିଥିଲେ ।