ଦଶହରାରେ ଚଣ୍ଡିଗଡ଼ରେ ଦାହ ହେବ ୨୨୧ ଫୁଟ ଉଚ୍ଚ ରାବଣର କୁଶପୁତ୍ତଳିକା

ନୂଆଦିଲ୍ଲୀ: ଶାରଦୀୟ ନବରାତ୍ରୀ ଶୁକ୍ରବାର ୬ଷ୍ଠ ଦିନରେ ପଦାର୍ପଣ କରିଛି । ଦେଶର ଚାରି ପ୍ରାନ୍ତରେ ଦୁର୍ଗାପୂଜା ପାଇଁ ସ୍ୱତନ୍ତ୍ର ଆୟୋଜନ ଚାଲିଛି । ମା’ ଦୁର୍ଗାଙ୍କ ଉଦ୍ଦେଶ୍ୟରେ ଦଶହାର ଅକ୍ଟୋବର ୮ରେ ପାଳନ ହେବ । ଏଥି ପାଇଁ ଆୟୋଜକମାନେ ବ୍ୟସ୍ତ ଅଛନ୍ତି । ଦୁର୍ଗାପୂଜା ଅବସରରେ ରାବଣ ପୋଡି ହେଉଛି କିଛି ସ୍ଥାନର ସ୍ୱତନ୍ତ୍ର ଆକର୍ଷଣ । ଉତ୍ତର ପ୍ରଦେଶ, ବିହାର, ଚଣ୍ଡିଗଡ଼ରେ ରାବଣ ପୋଡ଼ିକୁ ଆକର୍ଷଣୀୟ କରାଯାଇଥାଏ । ଚଣ୍ଡିଗଡ଼ରେ ଏଥର ୨୨୧ ଫୁଟ ଉଚ୍ଚର ଏକ ରାବଣ ମୂର୍ତ୍ତି ନିର୍ମାଣ କରାଯାଇଛି । ଧନାସସ୍ଥିତ ଇଡବ୍ଲୁଏସ କଲୋନୀରେ ନିର୍ମାଣ ହୋଇଥିବା ଏହି କୁଶପୂତ୍ତଳିକାକୁ ୪୦ ଜଣ ଶିଳ୍ପୀ ପ୍ରସ୍ତୁତ କରିଛନ୍ତି । ଏଥି ପାଇଁ ସେମାନଙ୍କୁ ୬ମାସ ସମୟ ଲାଗିଛି । 

ଦୁର୍ଗାପୂଜା ଅବସରରେ କୋଲକାତାରେ ମୋବାଇଲ ଟାୱାର ପକ୍ଷୀଙ୍କ ପାଇଁ କେତେ ବିପଦ ସେ ନେଇ ଏକ ସ୍ୱତନ୍ତ୍ର ତୋରଣ ପ୍ରସ୍ତୁତ ହୋଇଛି । ମଣ୍ଡପରେ ମା’ ଦୁର୍ଗାଙ୍କ ମସ୍ତକ ନିକଟରେ ପକ୍ଷୀମାନେ ଘୁରି ବୁଲୁଥିବା ଦେଖାଯାଉଛି । ସବୁଠାରୁ ବଡ଼ କଥା ହେଲା ଯେ, ମା’ ଦୁର୍ଗା ଏହି ପ୍ରତିମାରେ ଅସ୍ତ୍ରଶସ୍ତ୍ର ହାତରେ ଧରି ନାହାନ୍ତି । 

ସେହିପରି ଆସାମର ଗୌହାଟୀ ଠାରେ ଦୁର୍ଗାପୂଜାକୁ ଦେବୀତୋର ବସୁ କମିଟି ଏକ ଭିନ୍ନ ରୂପ ଦେଇଛି । ଏହି ସଂଗଠନ ଭାରତୀୟ ପ୍ରତିରକ୍ଷା ଗବେଷଣା ସଂସ୍ଥା (ଇସ୍ରୋ) ଡିଜାଇନରେ ତୋରଣ ସଜାଇଛି । ବିକ୍ରମ ସରାଭାଇଙ୍କ ଶହେ ତମ ଜୟନ୍ତୀ ଓ ଇସ୍ରୋର ସ୍ୱର୍ଣ୍ଣ ଜୟନ୍ତୀ ଅବସରରେ ଆମେ ଏଭଳି ତୋରଣ ନିର୍ମାଣ କରିଛୁ ବୋଲି କମିଟିର ସଦସ୍ୟମାନେ ଗଣମାଧ୍ୟମକୁ କହିଛନ୍ତି । ପୂଜାମଣ୍ଡପରେ ଚନ୍ଦ୍ରଯାନ-୨ ମଡେଲ ପ୍ରଦର୍ଶିତ କରାଯାଇଛି ।