କଟକରେ ନକଲି ସିମେଂଟ୍ କାରଖାନା ଠାବ

କଟକ:କଟକ ସହରରେ ନକଲି ସାମଗ୍ରୀ ପ୍ରସ୍ତୁତି ଓ ବିକ୍ରି ରାକେଟ୍ ସକ୍ରିୟ ରହିଛି । ଗତ କିଛିଦିନ ହେବ ସହରର ବିଭିନ୍ନ ସ୍ଥାନରୁ ନକଲି ମସଲା, ତେଲ ଓ ପାନ ମସଲା ଆଦି କାରଖାନା ଠାବ ହୋଇଛି । ସେହିପରି ଆଜି ମଙ୍ଗୁଳି ଅଂଚଳରୁ ନକଲି ସିମେଂଟ୍ କାରଖାନାକୁ ଠାବ କରାଯାଇଛି । 

ଆଜି କଟକ ପୋଲିସ ମଙ୍ଗୁଳି ଛକରେ ଏକ ନକଲି ସିମେଂଟ୍ କାରଖାନା ଠାବ କରିଛି । ସେଠାରେ ପୋଲିସ ଚଢାଉ କରି ଅନେକ ନାମିଦାମୀ ବ୍ରାଣ୍ଡର ନକଲି ସିମେଂଟ ବସ୍ତା ସହ ଉତ୍ପାଦନ ସାମଗ୍ରୀ ଜବତ କରିଛି । ଏହି କାରଖାନାରେ ବ୍ୟବସାୟୀମାନେ ଅପମିଶ୍ରଣ କରି ଅସଲି ବସ୍ତାରେ ସିମେଂଟ ପୁରାଇ ବିକ୍ରୟ କରୁଥିଲେ । ଖବର ପାଇ ଟାଙ୍ଗୀ ପୋଲିସ ଏଠାରେ ଚଢଉ କରିଥିଲା ।  ଏହାସହ କାରଖାନାର ମୁଖ୍ୟ ଫେରାର ହୋଇଯାଇଥିବା ସୂଚନା ମିଳିଛି ।