ଅନୁପ କାନୁନଗୋ ଗଲେ ବାଲେଶ୍ୱର, ରବି ଶତପଥୀଙ୍କୁ ଅନୁଗୁଳ ବଦଳି

ଭୁବନେଶ୍ୱର: ଡିଏସପି ସ୍ତରରେ ଅଦଳବଦଳ। ୨୫ ଜଣ ଡିଏସପିଙ୍କୁ ନୁଆ ସ୍ଥାନକୁ ହୋଇଛି ଟ୍ରାନସଫର। ସେଥିରେ ଅଛନ୍ତି ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀରେ ଟ୍ରେନିଂ ନେଉଥିବା ୮ଜଣ ଡିଏସପିଙ୍କୁ ବିଭିନ୍ନ ଜିଲ୍ଲାକୁ ଟ୍ରାନସଫର । ସେହିପରି ୧୭ ଜଣ ଡିଏସପି ଅନ୍ୟତ୍ର ବଦଳି କରାଯାଇଛି । ସେମାନଙ୍କ ମଧ୍ୟରେ ଅଛନ୍ତି ଭୁବନେଶ୍ୱର କମିସନରେଟ କାମ କରୁଥିବା ଡିଏସପି ତଥା ଏସିପି ରବିନ୍ଦ୍ର ନାଥ ସତପଥି ଅନୁଗୁଳକୁ ଆଇୟୁସିଏଡବ୍ଲୁ କୁ ଟ୍ରାନସଫର କରାଯାଇଛି।

ସେହିପରି ଖୋର୍ଦ୍ଧାରେ କାମ କରୁଥିବା ଅନୁପ କାନୁନଗୋଙ୍କୁ ବାଲେଶ୍ୱର ପିସିଆର ସେଲକୁ ଟ୍ରାନସଫର କରାଯାଇଛି।ସେହିପରି ପାନପୋଶ ଡିଏସପି ଅସୀମ ପଣ୍ଡାଙ୍କୁ ମଧ୍ୟ ରାଉଲକେଲା ପିସିଆର ସେଲକୁ ଟ୍ରାନସଫର ହୋଇଛି।ଏନେଇ ଓଡିଶା ପୋଲିସ ପକ୍ଷରୁ ବଦଳି ପାଇଁ ନୋଟିଫିକେସନ ଜାରି କରାଯାଇଛି।