ଧୀରେନ୍ଦ୍ର ଏସ୍.କୁଟ୍ଟେ ହେଲେ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ

ଭୁୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ଓଏସଡ଼ି ତଥା ବରିଷ୍ଠ ଆଇପିଏସ୍ ଅଧିକାରୀ ଧୀରେନ୍ଦ୍ର ଏସ୍.କୁଟ୍ଟେଙ୍କୁ ମିଳିଲା ନୂଆ ନିଯୁକ୍ତି । ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ଶାସନ ସଚିବ ଭାବେ ତାଙ୍କୁ ଅବସ୍ଥାପିତ କରାଯାଇଛି । ଏ ସଂକ୍ରାନ୍ତ ଫାଇଲ୍ କୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି ।

୧୯୯୭ ବ୍ୟାଚ୍ ଆଇପିଏସ୍ ଶ୍ରୀ କୁଟ୍ଟେ ଗତ ୨୦୧୭ ଏପ୍ରିଲ୍ ରେ ମୁଖ୍ୟମନ୍ତ୍ରୀଙ୍କ ଅଫିସର ଅନ ସ୍ପେଶାଲ୍ ଡ୍ୟୁଟି(ଓଏସଡି) ଭାବେ ଯୋଗ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ଅଫିସ ଆସିବା ପୂର୍ବରୁ ସେ ରାଜ୍ୟ ପରିବହନ କମିଶନର ପଦରେ ଅବସ୍ଥାପିତ ଥିଲେ ।

ଜଣେ ଦକ୍ଷ, ସଚ୍ଚୋଟ ଏବଂ କାର୍ଯ୍ୟନିଷ୍ଠ ଅଫିସର ଭାବେ ତାଙ୍କର ଯଥେଷ୍ଟ ସୁନାମ ରହିଛି । ବିଶେଷକରି ମୁଖ୍ୟମନ୍ତ୍ରୀଙ୍କ ଓଏସଡ଼ି ଭାବେ ଅଢ଼େଇ ବର୍ଷ କାର୍ଯ୍ୟକାଳକୁ ସବୁ ମହଲରୁ ପ୍ରଶଂସା ମିଳିଛି । ନିକଟରେ ମୁଖ୍ୟମନ୍ତ୍ରୀଙ୍କ ୫-ଟି ଏବଂ ‘ମୋ ସରକାର’ କାର୍ଯ୍ୟାନ୍ୱୟରେ ଶ୍ରୀ କୁଟ୍ଟେଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବା କୁହାଯାଉଛି ।