ଭଉଣୀକୁ ବଞ୍ଚାଇବାକୁ ନଦୀକୁ ଡେଇଁଲେ ଭାଇ, ଭଉଣୀକୁ ଉଦ୍ଧାର କଲେ ଗାଁ ଲୋକେ  ଭାସି ଗଲେ ଭାଇ

ଭଦ୍ରକ: ଭଉଣୀକୁ ନଦୀରୁ ଭାସି ଯିବାରୁ ବଞ୍ଚେଇବାକୁ ଯାଇ ନଦୀରେ ଭାସିଗଲେ ଭାଇ । ଏମିତି ଘଟଣା ଘଟିଛି ଭଦ୍ରକ ତିହିଡିର ବଉଳ ପାଳ ଗାଁରେ ।ଭାଇ ଭଉଣୀ ଦୁହେଁ ବାଇକରେ ଯାଉଥିଲେ । ଆସବଧାନତା ବସତ ଭଉଣୀ ନଦୀକୁ ଖସିପଡିଲେ । ଆଉ ଭଉଣୀକୁ ବଞ୍ଚାଇବାକୁ ଯାଇ ଡେଇଁ ପଡିଲେ ଭାଇ। ହଲେ ଭଉଣୀତ ବଞ୍ଚିଗଲେ ହେଲେ ଭାଇ ଚାଲିଗଲେ ଆରପାରିକୁ ।

ଭଉଣୀକୁ ବଞ୍ଚାଇବା ପାଇଁ ନଦୀକୁ ଡ଼େଇଁ ଥିବା ଭାଇର ଜୀବନ ଚାଲିଯାଇଛି। ଭଦ୍ରକ ଜିଲ୍ଲାର ତିହିଡି ଥାନା ଅନ୍ତର୍ଗତ ବଉଳପାଳ ଗ୍ରାମର ସୂର୍ଯ୍ୟକାନ୍ତ ବାରିକ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ସାହାଡା ଗ୍ରାମସ୍ଥିତ ମାଉସୀ ଘରକୁ ଆସିଥିଲେ। ଅପରାହ୍ନରେ ସୂର୍ଯ୍ୟକାନ୍ତ ମାଉସୀ ଝିଅକୁ ବାଇକରେ ବସାଇ ବଜାର ଯିବାକୁ ବାହାରି ଥିଲେ। ନଦୀ ଉପରେ ବାଇକରେ ଯାଉଥିବା ବେଳେ ଅବହେଳା ଯୋଗୁଁ ଭଉଣୀ ତଳକୁ ଖସିପଡ଼ିଥିଲେ। ଏହି ସମୟରେ ବ୍ୟସ୍ତ ହୋଇ ସୂର୍ଯ୍ୟକାନ୍ତ ତଳକୁ ଡେଇଁ ପଡ଼ିଥିଲେ।

ଏହି ଦୃଶ୍ୟ ଦେଖି ସ୍ଥାନୀୟ ଲୋକେ ହଠାତ ଘଟଣାସ୍ଥଳକୁ ପହଞ୍ଚିଥିଲେ। ସେମାନେ ଝିଅକୁ ଉଦ୍ଧାର କରିଥିବା ବେଳେ ଶନିବାର ସୂର୍ଯ୍ୟକାନ୍ତର ମୃତହେବ ଘଟଣାସ୍ଥଳରୁ ୧୦୦ ମିଟର ଦୂରରେ ଉଦ୍ଧାର ହୋଇଛି।