ଗଣେଶ ବିସର୍ଜନ ବେଳେ ଅଘଟଣ, ପୋଖରୀରେ ବୁଡିଗଲେ ୨ ଛାତ୍ର

ଭୁବନେଶ୍ବର  : ଗଣେଶ ବିସର୍ଜନ ବେଳେ ବୁଡିଗଲେ ଛାତ୍ର । ଅନୁଗୋଳ ଜିଲ୍ଲା ନିଶା ଗାଁରେ ଅଘଟଣ । ନିଶା ଗାଁ ସ୍କୁଲର ଗଣେଶ ବିସର୍ଜନ ପାଇଁ ଛାତ୍ରମାନେ ପୋଖରୀକୁ ଯାଇଥିଲେ । ତେବେ ବିସର୍ଜନ କରିବା ବେଳେ ଗୋଡ ଖସିଯିବାରୁ ଜଣେ ଛାତ୍ର ବୁଡି ଯାଇଥିଲେ । ମୃତ ଛାତ୍ରଙ୍କ ନାଁ ଚନ୍ଦନ ପରିଡା । ସେ ନବମ ଶ୍ରେଣୀରେ ପାଠ ପଢୁଥିଲେ । ଏହି ଘଟଣା ପରେ  ସାରା ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ସେପଟେ ଦେବଗଡ ଜିଲ୍ଲା ବାରକୋଟର ପମ୍ପରଡା ସ୍କୁଲର ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଜଣେ ଛାତ୍ର ବୁଡି ଯାଇ ପ୍ରାଣ ହରାଇଛି । ମୃତ ଛାତ୍ର ଘନଶ୍ୟାମ ସାହୁ । ସେ ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ସପ୍ତମ ଶ୍ରେଣୀରେ ପଢୁଥିଲେ । ପାଖ ଆଶ୍ରମ ସ୍କୁଲର ମୂର୍ତ୍ତି ବିସର୍ଜନ ବେଳେ ସାଙ୍ଗମାନଙ୍କ ସହ ଯାଇଥିବା ବେଳେ ଏଭଳି ଅଘଟଣ ଘଟିଛି । ରବିବାର ସ୍କୁଲ ଛୁଟି ଥିବା ବେଳେ ଗଣେଶ ବିସର୍ଜନ ପାଇଁ କିଏ ଅନୁମତି ଦେଇଥିଲେ । ବିସର୍ଜନ ବେଳେ ଦାୟିତ୍ବରେ ଥିବା ଶିକ୍ଷକ ଉପସ୍ଥିତ  ଥିଲେ କି ନାହିଁ ଏହାକୁ ନେଇ ପ୍ରଶ୍ନ ଉଠିଛି ।